ନ୍ୟାଶନାଲ ହେରାଲ୍ଡ ମାମଲାରେ ସରିଲା ସୋନିଆଙ୍କୁ ଜେରା। ୩ଟି ପର୍ଯ୍ୟାୟ,୧୨ ଘଣ୍ଟାର ଜେରାରେ ୧୦୦ ପ୍ରଶ୍ନର ସମ୍ମୁଖୀନ ହେଲେ କଂଗ୍ରେସ ଅଧ୍ୟକ୍ଷା।

98

କନକ ବ୍ୟୁରୋ: ପ୍ରାୟ ୪ ଘଣ୍ଟାର ଜେରା । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇଡି କଲା ମାରାଥନ ଜେରା । ନ୍ୟାଶନାଲ ହେରାଲ୍ଡ ମାମଲାରେ ସୋନିଆଙ୍କୁ ବୁଧବାର ୪ଘଣ୍ଟା ଜେରା କରି ଅନେକ ତଥ୍ୟ ସଂଗ୍ରହ କରିଛ ଇଡି । ବହୁ ଚର୍ଚ୍ଚିତ ଏହି ମାମଲାରେ ଇଡି ମଙ୍ଗଳବାର ସୋନିଆଙ୍କୁ ଏବେ ସୁଦ୍ଧା ୫୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିବା ଜଣାପଡିଛି । ତେବେ ପୂର୍ବରୁ ଜେରାର ସମ୍ମୁଖୀନ ହୋଇଥିବା କଂଗ୍ରେସ ସାଂସଦଙ୍କୁ ମଧ୍ୟ ପ୍ରାୟ ସମାନ ପ୍ରଶ୍ନ ପଚାରାଯାଇଥିବା କୁହାଯାଉଛି । ଅନ୍ୟପଟେ ଜେରାକୁ ସହଜରେ ହଜମ କରି ପାରୁନି କଂଗ୍ରେସ । ଏହାକୁ ବିଜେପି ସରକାରଙ୍କ ଏକ ଷଡଯନ୍ତ୍ର ବୋଲି କହିଛି ଦଳ ।

ପ୍ରତିଥର ପରି ଏଥର ମଧ୍ୟ ଦିଲ୍ଲୀରୁ ନେଇ ପଲ୍ଲୀ ଯାଏଁ ଜୋରଦାର ବିକ୍ଷୋଭ କରିଛି କଂଗ୍ରେସ । ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟ ସହ ରାଜଧାନୀ ଦିଲ୍ଲୀରେ ଶହ ଶହ କଂଗ୍ରେସ କର୍ମୀ,ନେତା ଏକାଠି ହୋଇ ଇଡି ବିରୋଧରେ ବିକ୍ଷୋଭ କରିଛନ୍ତି । କେଉଁଠି ରାସ୍ତାରେ ପୋଡାଜଳ ତ ପୁଣି କେଉଁଠି ପୁଲିସ ସହ ଦଳୀୟକର୍ମୀ ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଜୟଚୌକରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ କଂଗ୍ରେସର ବରିଷ୍ଠ ନେତା ଓ ସାଂସଦ ପଦଯାତ୍ରା କରି ଇଡି ଓ କେନ୍ଦ୍ର ସୀକାରଙ୍କ ବିରୋଧରେ ଆକ୍ରୋଶ ପ୍ରକାଶ କରିଛି ।

ଘଟଣାକୁ କଡ଼ା ନିନ୍ଦା କରିଛି ବିଜେପି । କଂଗ୍ରେସ ସତ୍ୟାଗ୍ରହ ନାଁରେ ସତ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସକୁ ପ୍ରଶ୍ନ ପଚାରିଛନ୍ତି । ଯଦି ସୋନିଆ କି ରାହୁଲ କିଛି ଦୁର୍ନୀତି କରି ନାହାଁନ୍ତି ତେବେ ଜେରାକୁ କଣ ପାଇଁ ଭୟ କରୁଛନ୍ତି ।

ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାକୁ ନେଇ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ୫ଥର ଇଡି ଜେରା କରିସାରିଛି ଓ ଆଉ ଏବେ ୨ଥର ଜେରାର ସମ୍ମୁଖୀନ ହେଲେ ସୋନିଆ ଗାନ୍ଧୀ । ଆଗାମୀ ସମନ ମିଳିବା ପର୍ଯ୍ୟନ୍ତ ସୋନିଆଙ୍କୁ ଜେରା କରାଯିବନି ବୋଲି ଇଡି ସ୍ପଷ୍ଟ କରିଛି