ମିଶନ ୨୦୨୪ ପାଇଁ ଆକ୍ସନରେ ସୋନିଆ ଗାନ୍ଧୀ : ଭାରତ ଯୋଡ଼ ଯାତ୍ରାରେ ହେଲେ ସାମିଲ

80

କନକ ବ୍ୟୁରୋ : ମିଶନ ୨୦୨୪ ପାଇଁ ଆକ୍ସନରେ କଂଗେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆଜି ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ । କର୍ଣ୍ଣାଟକ ମାଣ୍ଡ୍ୟାରେ ଭାରତ ଯୋଡୋ଼ ଯାତ୍ରାରେ ସାମିଲ ହୋଇଥିବା ବେଳେ ଦଳ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଏହି ଯାତ୍ରା ମାଣ୍ଡ୍ୟାରୁ ଆରମ୍ଭ ହୋଇ ପାଣ୍ଡବପୁରାର କେଏସଆରଟିସି ବସ ଷ୍ଟେସନ ନିକଟରେ ଶେଷ ହେବ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କିଛି ଦିନ ହେବ ସୋନିଆ ନିର୍ବାଚନ ପ୍ରଚାର କରୁନଥିଲେ ।