ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର: ୧୫ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା

71

କନକ ବ୍ୟୁରୋ : ତାପମାତ୍ରା ବଢ଼ିବାରେ ଲାଗିଛି, ଜଳୁଛି ଓଡିଶା । ସୋନପୁର ହୋଇଛି ରାଜ୍ୟର ସବୁଠୁ ଉତପ୍ତ ସହର । ୪୩ଦଶମିକ ୫ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ରାଜ୍ୟରେ ଆଜି ସବୁଠାରୁ ଉତପ୍ତ ସହର ହୋଇଛି । ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୩, ବାରିପଦା ୪୧ ଦଶମିକ ୮, ଝାରସୁଗୁଡା ୪୨ ଦଶମିକ ୬ ଡିଗ୍ରୀ ଓ ବୌଦ୍ଧର ତାପମାତ୍ରା ୪୨.୬ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି ।

ସେହିପରି ଟିଟିଲାଗଡ଼ର ତାପମାତ୍ରା ୪୧.୫, ଅନଗୁଳ ୪୨.୭ ଓ ସୁନ୍ଦରଗଡ଼ର ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ହୋଇଛି । ପଶ୍ଚିମ ଓଡ଼ିଶା ଠାରୁ ଅପେକ୍ଷାକୃତ କମ୍ ରହିଛି ଉପକୂଳ ଓଡ଼ିଶାର ତାପମାତ୍ରା । ଭୁବନେଶ୍ୱରର ତାପମାତ୍ରା ୩୮.୧ ଡିଗ୍ରୀ ଥିବା ବେଳେ କଟକର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି ।