ଗୋଆ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା : କର୍ଲିଜ କ୍ଲବ୍ ଭାଙ୍ଗିବା ଉପରେ ଲାଗିଲା ରୋକ୍

127

କନକ ବ୍ୟୁରୋ : ଗୋଆ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଗୋଆର କର୍ଲିଜ କ୍ଲବ୍ ଭାଙ୍ଗିବା ଘଟଣାରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହି କ୍ଲବରେ ବିଜେପି ସାଂସଦ ତଥା ଟିକ୍ ଟକ୍ ଷ୍ଟାର ସୋନାଲି ଫୋଗଟଙ୍କର ପାର୍ଟି କରିବା ପରେ ମୃତ୍ୟୁ ହୋଇଥିଲା ।

କ୍ଲବରେ ହୋଇଥିବା ପାର୍ଟି ସମୟରେ ସୋନାଲିଙ୍କୁ ଡ୍ରଗ୍ସ ଦିଆଯାଇଥିବା କୁହାଯାଉଛି । ଅଗଷ୍ଟ ୨୩ ତାରିଖରେ ଗୋଆରେ ସୋନାଲିଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାର ତଦନ୍ତ ଗୋଆ ପୋଲିସ କରୁଛି । ତେବେ ଏନଜିଟି ନିର୍ଦ୍ଦେଶରେ ଗୋଆ ପ୍ରଶାସନ ୩ଟି ବୁଲଡ଼ୋଜର ଲଗାଇ କ୍ଲବ ଭାଙ୍ଗିବା କାମ ଆରମ୍ଭ କରିଥିଲେ । ଏଥିରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ ।

ପୋଲିସ ସୂଚନା ମୁତାବକ, ସୋନାଲି ଅଗଷ୍ଟ ୨୨ ତାରିଖରେ ଗୋଆ ଯାଇଥିଲେ । ଅଞ୍ଜୁନା ସ୍ଥିତ ହୋଟେଲ ଗ୍ରାଣ୍ଡ ଲିଓନିରେ ରହୁଥିଲେ । ଏହି ସମୟରେ କର୍ଲିଜ କ୍ଲବରେ ହୋଇଥିବା ପାର୍ଟିରେ ସୋନାଲି ସାମିଲ ହୋଇଥିଲେ । ପାର୍ଟିରେ ତାଙ୍କୁ ଡ୍ରଗ୍ସ ଦିଆଯିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।