କନକ ବ୍ୟୁରୋ : ଆଗାମୀ ଦିନେ ଦୁଇ ଦିନ କୋହଲା ପାଗ ରହିପାରେ । ମାସ ଶେଷ ବେଳକୁ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଂଚଳରେ ଦିନେଦୁଇ ଦିନ କାଁ ଭାଁ ବର୍ଷାହେବ ବୋଲି କହିଛି ଅନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ତୁଳନାରେ ଆଜି ପାରଦ ସାମାନ୍ୟ ଉପରକୁ ଉଠିଛି। ଏହା ସତ୍ତ୍ୱେ ଅନୁଭୂତ ହେଉଛି ଥଣ୍ଡା। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ଥଣ୍ଡା ଲାଗି ରହିଛି। ଉପକୂଳବର୍ତୀ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିଥିବା ବେଳେ ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ତଳକୁ ଖସିଛି ପାରଦ। ଫଳରେ ଆସନ୍ତାକାଲିଠାରୁ ପାରଦ ଧୀରେ ଧୀରେ ଉପରକୁ ଉଠିବାର ସମ୍ଭାବନା ଅଧିକ। ନୂଆବର୍ଷ ବେଳକୁ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ଉପରକୁ ଉଠିପାରେ ବୋଲି ପୂର୍ବାନୁମାନ କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ପାଣିପାଗ କେନ୍ଦ୍ର ସୂଚନାନୁସାରେ ଆଜିଠାରୁ ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି। ମିଁଆମାର ପଟୁ ଏକ ଟ୍ରଫ ଲାଇନ ବଙ୍ଗୋପସାଗର ମଧ୍ୟ ଦେଇ ଓଡ଼ିଶା ଉପରକୁ ଲମ୍ବିଛି। ଗତକାଲି ଏହା ସକ୍ରିୟ ଥିବା ବେଳେ ଆଜି ଦୁର୍ବଳ ପରିଲକ୍ଷିତ ହୋଇଛି। ଦ୍ୱିତୀୟରେ, ଆସନ୍ତାକାଲିଠାରୁ ସାମୁଦ୍ରିକ ପବନର ବେଗ ଅଧିକ ରହିବ। ଟ୍ରଫ୍ ଲାଇନ ଏବଂ ସାମୁଦ୍ରିକ ପବନର ସମ୍ମିଶ୍ରଣରେ ସୃଷ୍ଟି ହେଉଥିବା ଜଳୀୟବାଷ୍ପ ଥଣ୍ଡା ପବନ ସ୍ପର୍ଶରେ ଆସି ବର୍ଷା କରାଇପାରେ। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହେବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ । ତେବେ ୪ ତାରିଖ ବେଳକୁ ପୁଣି ଥଣ୍ଡା ଫେରିବ ବୋଲି ପୂର୍ବାନୁମାନ କରିଛନ୍ତି ଡ. ସାହୁ ।
ଆଜି ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ବା ତା’ ତଳେ ରହିଛି। ସେହି ସ୍ଥାନଗୁଡ଼ିକ ହେଉଛି ଦାରିଙ୍ଗିବାଡ଼ି୪ ଡିଗ୍ରୀ, ଫୁଲବାଣୀ୪.୫ ଡିଗ୍ରୀ, ହୀରାକୁଦ୭.୭ ଡିଗ୍ରୀ, ଭବାନୀପାଟଣା ୮ ଡିଗ୍ରୀ, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼୯ ଡିଗ୍ରୀ ସମ୍ବଲପୁର ୯.୩ ଡିଗ୍ରୀ, ଅନୁଗୁଳ୯.୬ ଡିଗ୍ରୀ, ଝାରସୁଗୁଡ଼ା୯.୭ ଡିଗ୍ରୀ, କୋରାପୁଟ, ଟିଟିଲାଗଡ଼୧୦ ଡିଗ୍ରୀ । ସେହିପରି ତାଳଚେରରେ ୧୦.୫ ଡିଗ୍ରୀ, କେନ୍ଦୁଝରରେ ୧୦.୮ ଡିଗ୍ରୀ, ଭୁବନେଶ୍ୱରରେ ୧୧.୨ ଡିଗ୍ରୀ, କଟକରେ ୧୧.୪ ଡିଗ୍ରୀ ରେକର୍ଡ ହୋଇଛି।