ସମ୍ବଲପୁରରେ ଦଶହରାରେ ବଡ ଅଘଟଣ । ସଡକ ଘାଟରେ ଗାଧୋଇବା ବେଳେ ମହାନଦୀରେ ଭାସିଗଲେ ୬ ଜଣ ଝିଅ

୫ ଜଣ ଉଦ୍ଧାର , ଜଣେ ଏବେ ବି ନିଖୋଜ; ଅଗ୍ନିଶମ ବାହିନୀର ତଲାସୀ ଜାରି

2,451

କନକ ବ୍ୟୁରୋ: ସାରା ଦେଶରେ ଦଶହରାକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ସମ୍ବଲପୁରରୁ ଆସିଛି ଏକ ଅଭାବନୀୟ ଖବର । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଛନ୍ତି ୬ ଜଣ ଝିଅ ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସଡକ ଘାଟ ନିକଟରେ । ୬ ଜଣ ଝିଅ ପାଣିରେ ଭାସିଯିବା ଖବର ସାମ୍ନାକୁ ଆସିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକ ମିଶି ଆରମ୍ଭ କରିଛନ୍ତି ଉଦ୍ଧାର କାମ । ଶେଷ ଖବର ସୁଦ୍ଧା ୫ ଜଣ ଝିଅକୁ ଉଦ୍ଧାର କରାଯାଇଛି । ଏବେବି ଜଣଙ୍କର ପତାମିଳୁନି । ନିଖୋଜ ଯୁବତୀଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି କରିଛି ।