ବିଜେପି ସହ ମିଶିବେ ଶିବସେନା ସାଂସଦ ! ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ଉଦ୍ଧବଙ୍କୁ ଲେଖିଲେ ଚିଠି

515

କନକ ବ୍ୟୁରୋ : ଶିବସେନାର ଡର୍ଜନରୁୁ ଅଧିକ ସାଂସଦ ଉଦ୍ଧବ ଠାକରେଙ୍କ ପକ୍ଷ ଛାଡିବାକୁ ଚାହୁଁଥିବା କେନ୍ଦ୍ର ବିଜେପି ମନ୍ତ୍ରୀ ଦାବି କରୁଥିବା ବେଳେ ଏନଏଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମସର୍ଥନ ପାଇଁ ଚିଠି ଲେଖିଛନ୍ତି ଶିବସେନାର ୧୬ ସାଂସଦ । ଦଳର ମୋଟ ୧୮ ଲୋକସଭା ସାଂସଦଙ୍କ ମଧ୍ୟରୁୁ ୧୬ ଜଣ ସାଂସଦ ମଙ୍ଗଳବାର ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଊଦ୍ଧବ ଠାକରେଙ୍କୁ ଭେଟି ଏକ ଚିଠି ଦେଇଛନ୍ତି । ମୁର୍ମୁ ରାଜନୀତିରେ ପାଦ ଦେବା ପୂର୍ବରୁ ଜଣେ ଶିକ୍ଷକ ଥିଲେ ଏବଂ ପରେ ରାଜ୍ୟପାଳ ଥିବାରୁ ତାଙ୍କୁ ସମର୍ଥନ କରିବାକୁ କହିଛନ୍ତି ଶିବାନୋର ସାଂସଦମାନେ । ଏଥିସହ ଏକାନାଥ ସିନ୍ଦେଙ୍କ ସହ ବୁଝବଣା କରିବାକୁ କିଛି ସାଂସଦ ଉଦ୍ଧବଙ୍କୁ କହିଥିବା ବେଳେ ଆଉ କିଛି ବିଜେପି ସହ ପୁଣି ମିଶିବାକୁ ଚାପ ପକାଇଥିବା ସୂଚନା ମିଳିଛି ।

ବିଜେପି ସମର୍ଥନରେ ସରକାର ଗଠନ କରିଥିବା ଏକନାଥ ସିନ୍ଦେ ବୁଧବାର କାହିଁକି ଦଳରୁ ଅଲଗା ହେଲେ ତାର ଯବାବ ରଖିଛନ୍ତି । ସେ କହିଛନ୍ତି ଦଳ ୪୦ରୁ ୫୦ ବିଧାୟକ ମହା ବିକାଶ ଅଘାଡି ମେଂଟ ସରକାରରେ ଚ୍ୟାଲେଞ୍ଜ ସାମ୍ନା କରୁଥିଲେ । ଏବଂ ଦଳରୁ ହାରିଥିବା ବିଧାୟକମାନଙ୍କୁ ସଂଘର୍ଷ କରିବାକୁ ପଡୁଥିଲା । ହିନ୍ଦୁତ୍ୱ ଏବଂ ସାବରକର ପ୍ରସଙ୍ଗରେ ଚୁପ୍ ରହିବାକୁ ପଡୁଥିଲା । ଯେଉଁଥିପାଇଁ ସେମାନେ ଅଲଗା ହୋଇଥିବା କହିଛନ୍ତି ସିନ୍ଦେ । ତେବେ ସେମାନେ ବିିଦ୍ରୋହ କରି ସରକାର ଗଠନ କରିବାରେ କୌଣସି ବେଆଇନ କାର୍ଯ୍ୟ କରିନାହାଁନ୍ତି । ଏବଂ ସମ୍ବିଧାନ ଅନୁସାରେ କାର୍ଯ୍ୟ କରିଥିବା କହି ସଫେଇ ଦେଇଛନ୍ତି ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ।

ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ, ଇଡି ସ୍କାନରେ ଥିବା ଭୱାନା ଗ୍ୱାଲି ଏବଂ ଥାନେ ସାଂସଦ ରଞ୍ଜନ ଭିଚାରେ ବିଜେପି ସହ ମିଶିବାକୁ ଚାହୁଁଥିବା ସାଂସଦମାନଙ୍କର ନେତୃତ୍ୱ ନେଉଥିବା କୁହାଯାଉଛି । ଏପରି ସ୍ଥତିରେ କର ଅବା ମର ସ୍ଥତିରେ ଦଳର ପ୍ରକାଶ ପ୍ରମୁଖ ଉଦ୍ଧବ ଠାକରେ ।