ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା କ୍ୱିଣ୍ଟାଲରୁ ଅଧିକ ରୂପା ଇଟା । ସିକ୍ରେଟ ଚାମ୍ବର କରି କାରରେ ହେଉଥିଲା ଚାଲାଣ, ଟାଙ୍ଗୀ ଟୋଲ ଗେଟରୁ ଧରିଲା ଅବକାରୀ ବିଭାଗ ।

216

କନକ ବ୍ୟୁରୋ : କଟକ ଟାଙ୍ଗୀରୁ ୧ କ୍ୱିଣ୍ଟାଲ ରୂପା ଇଟା ଓ ୧୪ ଲକ୍ଷ ଟଙ୍କା ଜବତ ହୋଇଛି । ଗାଡି ଯାଞ୍ଚ ବେଳେ କଟକ ଟାଙ୍ଗୀ ନିକଟରୁ ଏସବୁ ଜବତ କରିଛି ଅବକାରୀ ସ୍କ୍ୱାର୍ଡ । ଗଞ୍ଜେଇ ଚାଲାଣ ସନ୍ଦେହ କରି ଗାଡିକୁ ଯାଞ୍ଚ କରୁଥିବା ବେଳେ ରୂପା ଇଟା ସହ ବିଭିନ୍ନ ଚାନ୍ଦି ଅଳଙ୍କାର ମଧ୍ୟ ଜବତ କରିଛି ସ୍କ୍ୱାର୍ଡ । କାରଟି ଆସିକାରୁ ଖଡଗପୁର ଅଭିମୁଖେ ଯାଉଥିବା ବେଳେ ଧରିଲା ଅବକାରୀ ସ୍କ୍ୱାର୍ଡ । ପଶ୍ଚିମବଙ୍ଗର ନମ୍ବର ଥିବା ଏହି କାରରେ ଚାଲାଣ ହେଉଥିଲା ରୂପା ଇଟା । କାରରେ ସିକ୍ରେଟ ଚାମ୍ବର କରି ଚାଲଣ ହେଉଥିଲା ରୂପା ଇଟା ।  କାରରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ଘଟଣାସ୍ଥଳରେ ଜିଏସଟି ଅଧିକାରୀ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।