‘ଅଙ୍କିତକୁ ଫାଶୀ ଆମର ମଞ୍ଜୁର’  ସିଦ୍ଧୁ ମୁସେୱାଲା ହତ୍ୟାରେ ଅଭିଯୁକ୍ତ ଅଙ୍କିତଙ୍କ ପରିବାରର ବଡ ବୟାନ। 

276

କନକ ବ୍ୟୁରୋ:  ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟାରେ ଅଭିଯୁକ୍ତ ଅଙ୍କିତ ସିରସାକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ସିଦ୍ଧୁର ହତ୍ୟା ଅଭିଯୋଗରେ ଗିରଫ ଅଙ୍କିତ ଦୁଇଟି ପିସ୍ତଲରେ ଛଅ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାକୁ ନେଇ ତାଙ୍କ ପରିବାର ମଧ୍ୟ ଲଜ୍ଜିତ ମନେକରୁଥିବା ପ୍ରତିକ୍ରିୟା ରଖୁଛନ୍ତି । ପରିବାର ପକ୍ଷରୁ କହାଯାଇଛି, ଯଦି ସରକାର ତାକୁ ଫାଶୀ ମଧ୍ୟ ଦିଅନ୍ତି ତେବେ ଆମେ ତାକୁ ମାନିନେବୁ । କାରଣ ସେ ଯେଉଁକାମ କରିଛି ତାହା ସାରାଦେଶରେ ଆମକୁ ଲଜ୍ଜିତ କରିଛି ।

ଅଙ୍କିତଙ୍କର ଜଣେ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ସରକାର ଅଙ୍କିତଙ୍କୁ ଯାହା ସଜା ଦେବେ ତାହା ଆମକୁ ମଞ୍ଜୁର । ଡେଥୱାରେଣ୍ଟ ଉପରେ ଆମେ ହସ୍ତାକ୍ଷର କରିବୁ । ରବିବାର ରାତି ୧୧ଟାରେ ପୋଲିସର ଟିମ ଅଙ୍କିତକୁ ଗିରଫ କରିଥିଲା । ସିଦ୍ଧୁ ହତ୍ୟା କରିବା ପରେ ସେ ସବୁଠାରୁ କମ ବୟସର ଅଭିଯୁକ୍ତ । ସେ ହିଁ ସିଦ୍ଧୁଙ୍କ ଅତି ନିକଟରୁ ଗୁଳି କରିଥିଲା ।