ରାଜଧାନୀର ବିଭିନ୍ନ ସ୍କୁଲରେ ଛାତ୍ର ଛାତ୍ରୀଙ୍କ ଭିତରେ ବଢୁଛି ଥଣ୍ଡା ଜ୍ୱର: ୨୦ରୁ ୩୦ପ୍ରତିଶତ ପିଲା ଥଣ୍ଡାଜ୍ୱର ଯୋଗୁଁ ଆସୁନାହାନ୍ତି ସ୍କୁଲ

165

କନକ ବ୍ୟୁରୋ: ରାଜଧାନୀର ସ୍କୁଲ ଗୁଡିକରେ ପିଲାଙ୍କ ଭିତରେ ବଢୁଛି ଥଣ୍ଡା ଜ୍ୱର । ୨୦ରୁ ୩୦ପ୍ରତିଶତ ପିଲା ଥଣ୍ଡାଜ୍ୱର ଯୋଗୁଁ ସ୍କୁଲ ଆସୁନାହାନ୍ତି । ଏପଟେ ସ୍ୱାସ୍ଥ୍ୟ ବିଭାଗ କହିଲା, ପୂର୍ବରୁ ପିଲାଙ୍କୁ ଏତେ ଭିଷଣ ଭାବେ କରୋନା ହୁଏନାହିଁ ଓ ପ୍ରଭାବ ପକାଏ ନାହିଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଲେ, ସବୁ ଲକ୍ଷଣ କୋଭିଡ ନୁହେଁ । ତଥାପି ଯେଉଁମାନଙ୍କର ଲକ୍ଷଣ ଦେଖାଯାଉଛି ସେମାନେ ସ୍କୁଲ ଆସନ୍ତୁନାହିଁ ।