ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର । ସାଧାରଣ ଦର୍ଶନ ପାଇଁ ମିଳିଲା ଅନୁମତି । 

175

କନକ ବ୍ୟୁରୋ: ଶ୍ରଦ୍ଧାଳୁମାନେ ପୁଣି କରିପାରିବେ ଜଗାଦର୍ଶନ । ଆସନ୍ତା ଫେବ୍ରୁଆରୀ ପହିଲାରୁ ଭକ୍ତଙ୍କ ପାଇଁ ପୁଣି ଖୋଲିବ କାଳିଆର ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ନେଇ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ମିଳିଥିବା ସୂଚନା ମୁତାବକ ପୂର୍ବଭଳି ରବିବାର ଜଗାଦର୍ଶନ ବନ୍ଦ ରହିବ । ସପ୍ତାହର ୬ ଦିନ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ ଅଧିକାର ପାଇବେ । ଅନ୍ୟପଟେ ପୂର୍ବଭଳି ପୁରୀ ଜିଲ୍ଲାବାସୀ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୁରୀ ଜିଲ୍ଲା ବ୍ୟତୀତ ଅନ୍ୟ ଅଞ୍ଚଳର ଭକ୍ତ କୋଭିଡ୍ କଟକଣା ସହ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ ।  ପୂର୍ବଭଳି ମନ୍ଦିରରେ ପ୍ରବେଶ କରିବାକୁ ହେଲେ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ ବୋଲି କୁହାଯାଇଛି ।