ପଶ୍ଚିମବଙ୍ଗରେ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପିର ଭବ୍ୟ ସ୍ୱାଗତ । ଅନ୍ୟପଟେ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଦାବି କଲେ ଉଦ୍ଧବଙ୍କ ସାଂସଦ

332

କନକ ବ୍ୟୁରୋ: ସମର୍ଥନ ଯୋଗାଡ଼ରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପଶ୍ଚିମବଙ୍ଗରେ ପହଂଚିବା ପରେ ବିଜେପି ପକ୍ଷରୁ ସ୍ୱାଗତ କରାଯାଇଛି । ପଶ୍ଚିମବଙ୍ଗରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନରେ ପହଞ୍ଚିିଥିଲେ ଦ୍ରୌପଦୀ । ସେଠାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଅନ୍ୟପଟେ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଦାବିକଲେ ଶିବସେନାର ୧୨ ସାଂସଦ ।ହେଲେ  ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଆସୁଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ରାଷ୍ଟ୍ରପତି  ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଦ୍ରୌପଦୀ ମୁର୍ମୁ । ବିଭିନ୍ନ ସ୍ଥାନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ସହ ରାଷ୍ଟ୍ରପତି ନିର୍ବାଚନରେ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଭିନ୍ନ ବିରୋଧୀ ଦଳ ।