“ରଙ୍ଗୁନ’ର ପୋଷ୍ଟର ଓ ଟ୍ରେଲର ରିଲିଜ : ସିନେମାରେ ଭରପୁର ବୋଲ୍ଡନେସ ଓ ଆକ୍ସନର ତଡକା

25

ସୈଫ ଅଲ୍ଲୀ ଖାନ, ଶାହିଦ କପୁର ଓ କଙ୍ଗନା ରାଣାୱତଙ୍କ ଅଭିନୀତ ସିନେମା “ରଙ୍ଗୁନ’ର ପୋଷ୍ଟର ଓ ଟ୍ରେଲର ରିଲିଜ ହୋଇ ଯାଇଛି । ଏହା ବିିଶାଳ ଭାରଦ୍ୱାଜଙ୍କ ପିରିୟଡ ରୋମଣ୍ଟିକ ଡ୍ରାମା ସିନେମା । ଏହି ସିନେମାରେ ଶାହିଦ କପୁର ଓ ସୈଫ ଅଲ୍ଲୀ ଖାନଙ୍କୁ ଏକାଠି ଦେଖିବାକୁ ଦର୍ଶକ ଉତ୍ସୁକତା ସହ ଚାହିଁ ବସିଛନ୍ତି । ଏହି ସିନେମା ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର କାହାଣୀ, ଯାହାର ପୃଷ୍ଠଭୂମିି ଯୁଦ୍ଧ ଓ ପ୍ରେମ ଉପରେ ଆଧାରିତ । ସିନେମାରେ ଭରପୁର ଆକ୍ସନ ଓ ରୋମାନ୍ସ ଦେଖିବାକୁ ମିଳିବ । ସିନେନିର୍ମାତା ମିଷ୍ଟ୍ରିକୁ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛନ୍ତି । ଶାହିଦ ଏହି ସିନେମାରେ ଜଣେ ଆର୍ମି ଅଫିସର ଭୂମିକାରେ ଅଭିନୟ କରୁଛନ୍ତି ଏବଂ କଙ୍ଗନା  ଆକ୍ସନ ଦିଭା ଜୁଳିଆ ଭୁମିକାରେ ନଜର ଆସିବେ । ଏହି ସିନେମା ଫେବୃୟାରୀ ୨୪ ରେ ରିଲିଜ ହେବ ବୋଲି ସୂଚନା ମିଳିଛି ।