ପ୍ରେମିକାର ପାଳି କେବେ! ଋଷି ମହାନ୍ତି ମୃତ୍ୟୁ ରହସ୍ୟର ପାହାଡ ଡେଇଁବାକୁ ସାଙ୍ଗସାଥୀଙ୍କୁ ପୁଲିସର ମାରାଥନ୍ ଜେରା

24

କନକ ବ୍ୟୁରୋ : ରିଷି ମହାନ୍ତିଙ୍କ ମୃତ୍ୟୁ , ସେକ୍ସ ସିଡି ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା । ଏହି ୨ଟି ଘଟଣା ଓ ଜଣେ ରାଜନେତା – ଏସବୁ ଭିତରେ କିଛି ସଂପର୍କ ଅଛିକି ? ଏହାରି ଭିତରେ କମିଶନରେଟ ପୁଲିସ ରିଷି ମହାନ୍ତି ମୃତ୍ୟୁ ଘଟଣାରେ ରହସ୍ୟର ଖିଅ ଖୋଜିବାକୁ ଚେଷ୍ଟା କରୁଛି । ଗତକାଲି ରିଷି ମହାନ୍ତିଙ୍କ ୩ ଜଣ ସାଙ୍ଗକୁ ଜେରା କରିବା ପରେ, ଆଜି ପୁଣି ଆଉ ୩ ଜଣଙ୍କୁ ଜେରା କରିଛି ପୁଲିସ । କିନ୍ତୁ ବିବାଦୀୟ ସିଡି ବିଷୟରେ କୌଣସି ଠୋସ ପ୍ରମାଣ ମିଳି ପାରୁନି ।

ପୁରା ଘଟଣାର ସତ୍ୟାସତ ଉନ୍ମୋଚନ ପାଇଁ ଏବେ ପୁଲିସ ପାଖରେ ଗୋଟିଏ ବାଟ । ସେ ହେଉଛି ସେହି ରହସୟାମୟୀ ଯୁବତୀ । ଯାହାଙ୍କ ପାଖରେ ରହିଛି ସବୁ ପ୍ରଶ୍ନର ଉତ୍ତର । କେମିତି ହେଲା ରିଷି ମହାନ୍ତିଙ୍କ ମୃତ୍ୟୁ ? କେଉଁମାନେ ଅଛନ୍ତି ଭିଡିଓ ସିଡିରେ ? ଭିଡିଓ ସିଡି ଓ ରିଷି ମହାନ୍ତି ମୃତ୍ୟୁର କିଛି ସଂପର୍କ ଅଛିକି ? ମେୟରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ କି ?

ପୁରା ଘଟଣାର ୨ଟି ଦିଗ ରହିଛି । ଗୋଟିଏ ହେଉଛି ଯାହାର ସରକାର ରହିଛି ତାଙ୍କର ଜଣେ ପ୍ରଭାବଶାଳୀ ନେତାଙ୍କ ସଂପର୍କର ତଦନ୍ତ ହେଉଛି । ଆଉ ଗୋଟିଏ ଦିଗ ହେଉଛି ପୁରା ରହସ୍ୟର ପର୍ଦାଫାଶ ପାଇଁ ସାରା ରାଜ୍ୟର ଚାପ ପଡୁଛି । ଏସବୁ ଭିତରେ ପୁଲିସ ନିରପେକ୍ଷ ହୋଇ ପ୍ରକୃତ ସତ୍ୟ କେବେ ସାମନାକୁ ଆଣିବ ତାଉପରେ ସମସ୍ତଙ୍କ ନଜର ।