କଂଗ୍ରେସ ବିଧାୟକଙ୍କୁ ଦଣ୍ଡାଦେଶର କିଛିକ୍ଷଣ ମଧ୍ୟରେ ମିଳିଲା ଜାମିନ, ଜାଣନ୍ତୁ କଣ ଥିଲା ମାମଲା

225

କନକ ବ୍ୟୁରୋ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ ଦଣ୍ଡାଦେଶ ମିଳିବାର ମାତ୍ର କେଇଘଣ୍ଟା ମଧ୍ୟରେ ପୁଶି ଜାମିନ ମିଳିଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ମୋକିମଙ୍କୁ ଭିଜିଲାନ୍ସ କୋର୍ଟ ଆଜି ୩ ବର୍ଷ ପାଇଁ ଜେଲଦଣ୍ଡ ଶୁଣାଇଥିଲେ । ହେଲେ ଏହି ଦଣ୍ଡାଦେଶ ପାଇବାର ମାତ୍ର କେଇଘଣ୍ଟା ମଧ୍ୟରେ ପୁଣି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ଅନ୍ୟମାନଙ୍କ ମଧ୍ୟରେ ମେଟ୍ରୋ ବିଲଡର୍ସର ମାଲିକ ପୀୟୁଷ ମହାନ୍ତି, ପୂର୍ବତନ ଆଇଏଏସ ବିନୋଦ କୁମାର ଓ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନଙ୍କୁ ମଧ୍ୟ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ସମସ୍ତ ୪ ଜଣଙ୍କୁ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟକଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ମଧ୍ୟ କରିଥିଲେ ।