ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ସହ ସମ୍ପର୍କ କ’ଣ? ବିବାଦ ଭିତରେ ମିଡିଆ ସାମ୍ନାକୁ ଆସିଲେ ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେ

1,380

କନକ ବ୍ୟୁରୋ: ଏସଡିଏମ୍ ଜ୍ୟୋତି ମୌର୍ଯ୍ୟଙ୍କ ସହ ସମ୍ପର୍କ ଥିବା ପ୍ରସଙ୍ଗକୁ ନେଇ ବିବାଦକୁ ଆସିଥିବା ହୋମଗାର୍ଡ ବିଭାଗର ଜିଲ୍ଲା କମାଣ୍ଡାଣ୍ଟ ମନୀଷ ଦୁବେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ନାକୁ ଆସିଲେ । ହେଲେ ସାମ୍ବାଦିକଙ୍କ ପ୍ରଶ୍ନ ନଦେଇ ଖସିପଳାଇଥିଲେ । ମନୀଷ ଦୁବେ ଏକ ବିଭାଗୀୟ ବୈଠକରେ ଯୋଗ ଦେବାକୁ ଶୁକ୍ରବାର ଝାନ୍ସି ପହଞ୍ଚିଥିଲେ । ବୈଠକ ସାରି ଫେରିବା ସମୟରେ ତାଙ୍କୁ ଘେରିଥିଲେ ଗଣମାଧ୍ୟମ ପ୍ରତିନିଧି । ଏସଡିଏମ ଜ୍ୟୋତି ମୌର୍ଯ୍ୟଙ୍କ ସହ ତାଙ୍କର ସମ୍ପର୍କର ସତ୍ୟତାକୁ ନେଇ ପ୍ରଶ୍ନ କରାଯାଇଥିଲେ ବି କିଛି ନକହି ନିଜ ଗାଡିରେ ବସି ଚାଲିଯାଇଥିଲେ ।

ଜିଲ୍ଲା ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କୁ ତାଙ୍କ ବିରୋଧରେ ଚାଲିଥିବା ଯାଞ୍ଚ ବାବଦରେ ପ୍ରଶ୍ନ କରାଯିବାରୁ  ଏହାକୁ ଏଡାଇଦେଇଥିଲେ ଏବଂ ତାଙ୍କ ସହ କୌଣସି ଜୋରଜବଦସ୍ତି କରାନଯାଉ ବୋଲି କହିଥିଲେ । ଅନ୍ୟପଟେ ହୋମଗାର୍ଡ ବିଭାଗ ବୁନ୍ଦେଲଖଣ୍ଡ ଡିଆଇଜି ମନୀଷଙ୍କ ସମର୍ଥନରେ କହିଛନ୍ତି । ମନୀଷ ଜଣେ ସଚ୍ଚୋଟ ଅଧିକାରୀ । ଜ୍ୟୋତି ମୌର୍ଯ୍ୟ କିଏ ବି ସେ ଜାଣିନାହାଁନ୍ତି । ମନୀଷଙ୍କୁ ଅଯଥା ଏହି ବିବାଦକୁ ଟଣାଯାଉଛି ବୋଲି ସପକ୍ଷରେ କହିଛନ୍ତି ଉପରିସ୍ଥ ଅଧିକାରୀ ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ମହିଳା ପିସିଏସ୍ ଅଫିସର ଜ୍ୟୋତି ମୌର୍ଯ୍ୟଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟ ପତ୍ନୀ ଜ୍ୟୋତିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ତାଙ୍କର ହୋମଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ସହ ସମ୍ପର୍କ ଅଛି । ସେ ନିଜେ  ଦୁହିଁଙ୍କୁ ଜ୍ୟୋତିଙ୍କ ସରକାରୀ କ୍ୱାର୍ଟରରୁ ଧରିଥିଲେ । ଦୁହିଁଙ୍କ ହ୍ୱାଟ୍ସଆପ୍ ଚାଟିଙ୍ଗ ମଧ୍ୟ ମିଡିଆରେ ଭାଇରାଲ କରିଥିଲେ ଜ୍ୟୋତିଙ୍କ ସ୍ୱାମୀ ଆଲୋକ । ଏହାପରେ ଡିଜି ହୋମଗାର୍ଡ ଏହି ମାମଲାକୁ ପ୍ରୟାଗରାଜ ଡିଆଇଜିଙ୍କୁ ହସ୍ତାନ୍ତର କରିଥିଲେ ।