ସ୍କୁଟିକୁ ଚାପିଦେଲା ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ ।

271

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ଅଞ୍ଚଳରେ ଆଜି ସକାଳେ ଏକ ଦୁର୍ଘଟଣା ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ ସ୍କୁଟି ମୁହାଁମୁହିଁ ହେବା ଫଳରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଜଣେ ଟ୍ରକ ଆଗ ଆଡେ ଚାପି ହୋଇଥିବା ବେଳେ ଅନ୍ୟ ଜଣେ କିଛି ଦୂର ଛିଟିକି ପଡିଥିବା ଦେଖାଯାଇଛି।

ମୃତକ ମାନେ ହେଲେ, ସିନ୍ଧେକେଲା ଥାନା ଦେଢ଼ଗାଁ ଗାଁର ଯୁବରାଜ ଥାପା ଓ କରୁଣାକର ଥାପା ବୋଲି ଜଣାପଡିଛି। ଟ୍ରକ୍ ଡ୍ରାଇଭର ଫେରାର ଥିବା ବେଳେ ସିନ୍ଧେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଥାନାକୁ ଆଣି ଘଟଣା ସଂପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି।