ଓମିକ୍ରନ ଭୟ ଭିତରେ ୧୦ ରାଜ୍ୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁଥିରେ ଓଡିଶା ସମେତ, ଦିଲ୍ଲୀ, କର୍ଣ୍ଣାଟକ ଭଳି ରାଜ୍ୟ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସ୍ଥିତି ସମ୍ଭାଳିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ସୂଚନା ରହିଛି । ୧୦ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ୟୁପି, ଗୁଜରାଟ, ଓଡିଶା, ଦିଲ୍ଲୀ ଏବଂ ରାଜସ୍ଥାନରେ ସଂକ୍ରମଣ ଶୀର୍ଷରେ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ ଦିଲ୍ଲୀ ଏବଂ ଉତର ପ୍ରଦେଶର ସ୍ଥିତି ଚିନ୍ତାଜନକ ବୋଲି କହିଛି କେନ୍ଦ୍ର । ସେହିପରି ଚାରି ସପ୍ତାହ ମଧ୍ୟରେ ଏସିଆରେ ସଂକ୍ରମଣ ବଢିଛି ବୋଲି ରାଜେଶ ଭୂଷଣ କହିଛନ୍ତି । ବିଶ୍ୱରେ ଏବେ କୋଭିଡର ଚତୁର୍ଥ ଲହର ଚାଲିଛି । କରୋନା ବିରୋଧ ଲଢେଇରେ ଟିକା ଏକ ବଡ ଅସ୍ତ୍ର ସାବ୍ୟସ୍ତ ହୋଇଛି । ଟିକାକରଣ ଭାରତ ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି । ଯାହା ଫଳରେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ଦେଶରେ ତୃତୀୟ ଲହର ବେଳେ ମୃତ୍ୟୁ ହାର ବେଶ୍ କମ୍ ରହିଛି ବୋଲି ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ।