ରାଜ୍ୟରେ ୯,୮୩୩ କରୋନା ପଜିଟିଭ ଚିହ୍ନଟ, ୬ ମୃତ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬

99

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯, ୮୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୬୯୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୧୩୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୯୭୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୧୪ ଜଣ, ବାଲେଶ୍ୱରରୁ ୨୮୬ ଜଣ, ବରଗଡ଼ରୁ ୧୭୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୮୮ ଜଣ, ବୌଦ୍ଧ ଜିଲ୍ଲାରୁ ୧୨୦, କଟକରୁ ୭୭୪ ଜଣ, ଦେବଗଡ଼ରୁ ୪୭ ଜଣ, ଢେଙ୍କାନାଳରୁ ୯୫ ଜଣ, ଗଜପତିରୁ ୮୮, ଗଞ୍ଜାମରୁ ୬୯ ଜଣ, ଜଗତସିଂହପୁରରୁ ୧୫୨ ଜଣ, ଯାଜପୁରରୁ ୨୫୬ ଜଣ, ଝାରସୁଗୁଡ଼ାରୁ ୧୬୮ ଜଣ, କଳାହାଣ୍ଡିରୁ ୧୭୧ ଜଣ, କନ୍ଧମାଳରୁ ୯୧ ଜଣ, କେନ୍ଦ୍ରାପଡ଼ାରୁ ୯୯ ଜଣ, କେଉଁଝରରୁ ୧୬୮ ଜଣ, କୋରାପୁଟରୁ ୧୭୪ ଜଣ, ମାଲକାନଗିରିରୁ ୫୬ ଜଣ, ମୟୁରଭଞ୍ଜରୁ ୨୯୫ ଜଣ, ନବରଙ୍ଗପୁରରୁ ୧୫୬, ନୟାଗଡ଼ରୁ ୨୯୨ ଜଣ, ନୂଆପଡ଼ାରୁ ୧୭୩ ଜଣ, ପୁରୀରୁ ୧୪୬ ଜଣ, ରାୟଗଡ଼ାରୁ ୨୭୪ ଜଣ, ସମ୍ୱଲପୁରରୁ ୨୦୬ ଜଣ, ସୋନପୁରରୁ ୧୧୭, ସୁନ୍ଦରଗଡ଼ରୁ ୧୧୩୪ ଜଣ ଓ ଷ୍ଟେଟ ପୁଲରୁ ୫୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୭କୁ ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ୪ ଜଣ ପୁରୁଷ ଅଛନ୍ତି। ଗତ ୨୪ ଘଣ୍ଟା ଭିତରେ ଖୋର୍ଦ୍ଧା ଜିଲ୍ଲାରୁ କାହାରି ମୃତ୍ୟୁ ଘଟିନଥିବା ବେଳେ କଟକ ଜିଲ୍ଲାରୁ ୨ ଜଣ ଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ କଟକ ଜିଲ୍ଲାର ଜଣେ ୭୨ ବର୍ଷିୟ ପୁରୁଷ ଓ ଜଣେ ୫୦ ବର୍ଷୀୟା ମହିଳା ଅଛନ୍ତି । ପୁରୀ ଜିଲ୍ଲାର ଜଣେ ୬୭ ବର୍ଷିୟ ପୁରୁଷ ଓ ଜଗତସିଂହପୁରର ଜଣେ ୫୦ ବର୍ଷୀୟା ମହିଳା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ଠିକ୍ ସେହିପରି ଢେଙ୍କାନାଳ ଜିଲ୍ଲାର ଜଣେ ୫୫ ବର୍ଷିୟ ପୁରୁଷ ଓ ଅନୁଗୁଳ ଜିଲ୍ଲାର ଜଣେ ୫୦ ବର୍ଷିୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୮୭,୨୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୦,୮୯, ୦୩୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୮୯, ୭୦୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ୧୦,୩୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଜାନୁଆରି ୧୯ରେ ୧୧,୬୦୭, ଜାନୁଆରି ୧୮ରେ ୧୧,୦୮୬, ଜାନୁଆରି ୧୭ରେ ୧୦,୪୮୯, ୧୬ ତାରିଖରେ ୧୧,୧୭୭, ୧୫ ତାରିଖରେ ୧୦,୮୫୬, ଜାନୁଆରି ୧୪ରେ ୧୦,୨୭୩ , ଜାନୁଆରି ୧୩ରେ ୧୦,୦୫୯ ଜଣ, ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ଜାନୁଆରି ମାସର ୧୪ ଦିନରେ ୫୭୦୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।