ଇସ୍ରୋ ବୁଲି ଦେଖିବେ ସ୍କୁଲ ଛାତ୍ରଛାତ୍ରୀ । ଟାଟା ଷ୍ଟିଲ ପକ୍ଷରୁ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଆୟୋଜିତ 

53

କନକ ବ୍ୟୁରୋ: ଇସ୍ରୋ ବୁଲି ଦେଖିବେ ସ୍କୁଲ ଛାତ୍ରଛାତ୍ରୀ । ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଆୟୋଜିତ ହୋଇଯାଇଛି । ଏହାର ୧୬ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ଜରିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ ।

ରାଜ୍ୟରେ ଟାଟା ଷ୍ଟିଲର ଏହି ବାର୍ଷିକ କାର୍ଯ୍ୟକ୍ରମରେ ଓଡ଼ିଶାର ସବୁ ଜିଲ୍ଲାର ୩ ଶହ ସ୍କୁଲରୁ ୫ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । “ବ୍ରହ୍ମାଣ୍ଡକୁ ଉନ୍ମୋଚନ କରିବାର ସମୟ’ ଚଳିତବର୍ଷର ବିଷୟ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନେ ଆସନ୍ତାବର୍ଷ ମେ’ ମାସରେ ଭାରତୀୟ ମହାକଶ ଗବେଷଣା ସଂସ୍ଥା, ଇସ୍ରୋ ପରିଦର୍ଶନ ଓ ମହାକାଶ ବିଜ୍ଞାନୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ ।