ଫୁଟବଲ ବିଶ୍ୱକପ୍ ଫାଇନାଲରେ ଆର୍ଜେଣ୍ଟିନା । କ୍ରୋଏସିଆକୁ ୩-୦ ଗୋଲରେ ହରାଇଲା ଲିଓନେଲ ମେସିଙ୍କ ଦଳ । ଆଜି ଫ୍ରାନ୍ସକୁ ଭେଟିବ ମରକ୍କୋ ।

109

କନକ ବ୍ୟୁରୋ: ଆର୍ଜେଣ୍ଟିନା ଫିଫା ବିଶ୍ବକପ୍‌ରେ ଷଷ୍ଠ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ଲୁସାଇଲ୍‌ ଆଇକନିକ୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ କ୍ରୋଏସିଆକୁ ପରାସ୍ତ କରିଛି। ମେସି ୩୪ ମିନିଟ୍‌ ଏବଂ ଆଲ୍‌ଭାରେଜ୍‌ ୩୯ ଓ ୭୧ ମିନିଟ୍‌ରେ ଗୋଲ୍‌ ଦେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ସେହିପରି ମେସି ବିଶ୍ବକପ୍‌ରେ ପଞ୍ଚମ ଗୋଲ୍‌ ସହ ଗୋଲ୍ଡେନ୍‌ ବୁଟ୍‌ ଦୌଡ଼ରେ ଫ୍ରାନ୍ସର ଏମ୍‌ବାପେଙ୍କ ସମକକ୍ଷ ହୋଇଛନ୍ତି।