ମୟୂରଭଂଜ ଉଦଳା ପିସିପୁରରୁ ମହାବଳ ବାଘ ଛାଲ ଜବତ । ମୂଲଚାଲ ବେଳେ ଗ୍ରାହକ ବେଶରେ ଆସି ମାଡିବସିଲେ ଏସଟିଏଫ ଅଧିକାରୀ

125

କନକ ବ୍ୟୁରୋ: ମୟୂରଭଂଜ ଉଦଳା ପିସିପୁରରୁ ମହାବଳ ବାଘ ଛାଲ ଜବତ । ଗ୍ରାହକ ବେଶରେ ୫ଲକ୍ଷ ଟଙ୍କାର ମୂଲଚାଲ କରି ରାତି ଅଧରେ ଶିକାରୀକୁ ମାଡିବସିଲେ ଏସଟିଏଫ ଅଧିକାରୀ । ବାଘ ଚମଡା ଜବତ କରିବା ସହ ଦୁଇ ଶିକାରୀକୁ ଗିରଫ କରିଛି ଏସଟିଏଫ । ଏବେ ପ୍ରଶ୍ନ ଉଠୁଛି କି, ଶିମିଳିପାଳରେ ହିଁ ମରାଯାଇଛି କି ମହାବଳ?

ଖବର ପାଇ ଶିକାରୀଙ୍କୁ ଧରିବା ପାଇଁ ନିଜେ ବେପାରୀ ସାଜି ଶିକାରୀଙ୍କ ସହ ୫ଲକ୍ଷ ଟଙ୍କାର ଡିଲ କରିଥିଲା ଏସଟିଏଫ ଟିମ୍ । ଡିଲ ମୁତାବକ ଚମଡା ବିକ୍ରି କରିବା ପାଇଁ ଗତକାଲି ରାତି ୨ଟା ସମୟରେ ଶିକାରୀମାନେ ମୋଟରସାଇକେଲରେ ଉଦଳାରୁ ବାରିପଦା ଆସୁଥିବା ସମୟରେ ପିସିପୁରଠାରେ ଧରିଛି ଏସଟିଏଫ ଟିମ୍ । ଘଟଣାସ୍ଥଳରୁ ୨ଜଣ ଖସିଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫାଗୁ ହାଁସଦାକୁ ଗିରଫ କରିଛି ଏସଟିଏଫ ।