ଅଦିନିଆ ବର୍ଷାରେ ବେହାଲ ଟୁଇନ ସିଟି: ୨ଘଣ୍ଟା ବର୍ଷାରେ ଜଳବନ୍ଦୀ ସହର

513

କନକ ବ୍ୟୁରେ: ରାତିରେ ଘଂଟାଏ ବର୍ଷା ଟୁଇନ ସିଟିକୁ କଲା ବେହାଲ । କଟକ ଭୁବନେଶ୍ୱରର ଅନେକ ସ୍ଥାନରେ ଦେଖିବାକୁ ମିଳିଲା ପାଣି ସୁଅ । କିଛି ଲୋକଙ୍କ ଘରେ ମଧ୍ୟ ପଶି ଯାଇଥିଲା ପାଣି । ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୨୪ ଘଂଟାରେ ଉତ୍ତର, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ଗତକାଲି ରାତିରେ ଦୁଇଘଣ୍ଟା ଲଗାଣ ବର୍ଷା ପରେ ଏଭଳି କିଛି ଘଟଣା ଟୁଇନ ସିଟିରେ ଦେଖିବାକୁ ମିଳିଛି । କଟକ ସୂତାହାଟ, ପଟ୍ଟାପୋଲ , ଓଡ଼ିଆବଜାର ଓ ରାଉସାପାଟଣା ରାସ୍ତା ଉପରେ ଜମି ରହିଛି ପାଣି । ସେହିଭଳି ବକ୍ସିବଜାର ନିକଟ ମକରାବାଗ ସାହି ରାସ୍ତାରେ ସକାଳ ହେବା ପରେ ବି ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚାର ପାଣି ।ଏମିିିତିକି କିଛି ଘରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଭୁବନେଶ୍ୱରରେ ମଧ୍ୟ ରାତିରେ ରାସ୍ତାରେ ପାଣି ଜମିବା ସହ ସକାଳ ପର୍ଯ୍ୟନ୍ତ କିଛି ଘରେ ପାଣି ପଶି ରହିଥିବା ଦେଖିବାକୁ ମିଳିଥିଲା । ତେବେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୦୮ ମିଲିମିଟର ବର୍ଷା କଟକ ବାଙ୍କିରେ ରେକର୍ଡ଼ କରାଯାଇଛି । ସେହିଭଳି ଗତ ରାତିରେ ରାଜଧାନୀ ୭୬.୮ ମିମି ବର୍ଷା ରେକର୍ଡ଼ ହୋଇଛି ।

ସେହିଭଳି ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗିରହିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଉତ୍ତର,ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ୧୩ ତାରିଖରେ ସାରା ରାଜ୍ୟରେ ବର୍ଷା ନେଇ ୟେଲ୍ଲୋ ୱାନିଂ ଜାରିକରାଯାଇଛି । ସେପଟେ ଦିନ ତାପମାତ୍ରାରେ ପରିବତ୍ଥନ ହେବାର ନାହିଁ ।

କେତେବେଳେ ଅସହ୍ୟ ତାତି ପୁଣି କେତେବେଳେ ଲଗାଣ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରୁଛିା ଏହାରି ଭିତରେ ଆଗାମୀ ୫ ଦିନ ପାଗରେ ବିଶେଷ ପରିବତ୍ତନ ନ ହେବା ନେଇ ଆକଳନ କରାଯାଇଛି ।