ଆଜି ବିଦ୍ୟାଦାତ୍ରୀଙ୍କ ମା’ ସରସ୍ୱତୀଙ୍କ ପୂଜା : ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ସ୍ଥାନରେ ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା

98

କନକ ବ୍ୟୁରୋ : ଆଜି ପବିତ୍ର ଶ୍ରୀ ପଞ୍ଚମୀ । ଧରାବତରଣ କରିଛନ୍ତି ବିଦ୍ୟାଦାୟିନୀ ମା ସରସ୍ୱତୀ । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା ଚାଲିଛି । ଉଦଳାରେ ଥିବା ସରସ୍ୱତୀ ମନ୍ଦିରରେ ମଧ୍ୟ ଚାଲିଛି ବାଗଦେବୀଙ୍କ ପୂଜାର୍ଚ୍ଚନା । ବର୍ଷ ତମାମ ମା’ ସରସ୍ୱତୀ ଏଠାରେ ପୂଜା ପାଉଥିବାରୁ ଉଦଳା ମା ବାଣୀପୀଠ ନାମରେ ପରିଚିତ । ପ୍ରତିବର୍ଷ ଶ୍ରୀ ପଞ୍ଚମୀରେ ମାଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ବିଶେଷ ନୀତିକାନ୍ତି ରହିଥାଏ । ଏହା ସହିତ ଶ୍ରୀ ପଞ୍ଚମୀ ତିଥିରେ ଏଠାରେ ନୂଆ ଭାବେ ଶିକ୍ଷା ଆରମ୍ଭ କରୁଥିବା କୁନି କୁନି ଶିଶୁଙ୍କୁ ଖଡ଼ି ଛୁଆଁ କରାଯାଇଥାଏ ।