ବିବିସି ଡକ୍ୟୁମେଣ୍ଟାରୀ ବିବାଦ : ଜେଏନୟୁ ପରେ ଏବେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଉତ୍ତେଜନା

105

କନକ ବ୍ୟୁରୋ : କ୍ୟାମ୍ପସରୁ କ୍ୟାମ୍ପସ ଡେଉଁଛି ବିବିସି ଡକ୍ୟୁମେଣ୍ଟାରୀ ବିବାଦ । ଜେଏନୟୁ ପରେ ଏବେ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ସ୍କ୍ରିନିଂକୁ ନେଇ ଦେଖାଦେଇଛି ଉତ୍ତେଜନା । ସଂଧ୍ୟା ୬ଟା ସମୟରେ ସ୍କ୍ରିନିଂ ପାଇଁ ସମୟ ଧାର୍ଯ୍ୟ ହୋଇଥିଲେ ବି ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଛାତ୍ର ସଂଘ ଏସଏଫଆଇ ଦ୍ୱାରା ସ୍କ୍ରିନିଂର ଆୟୋଜନ କରାଯାଇଥିଲା । ସୁରକ୍ଷାବଳ ଓ ଛାତ୍ର ସଂଘର ମୁହାଁମୁହିଁରେ ଶହ ଶହ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି ।