ସମ୍ବାଦ କର୍ପୋରେଟ୍ ଏକ୍ସିଲେନସ ଆୱାର୍ଡ଼- ୨୦୧୮! ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରିବାକୁ ସମ୍ବାଦ ଗ୍ରୁପର ନୂଆ ପ୍ରୟାସ, ଉନ୍ମୋଚିତ ହେଲା ଲୋଗୋ
କନକ ବ୍ୟୁରୋ : ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ବ୍ରାଣ୍ଡ ଅଫ ଓଡ଼ିଶା ପ୍ରାଇଡ଼ ଅଫ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନସ ଆୱାର୍ଡ଼ର ୨୦୧୮ର ଲୋଗୋ ଉନ୍ମଚିତ ହୋଇଯାଇଛି । ହୋଟେଲ ନିଉ ମାରିୟନ ଠାରେ ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ସାମିଲ ହୋଇଥିଲେ । ସମ୍ବାଦ ପକ୍ଷରୁ ଜାନୁଆରୀ ୧୯ରେ ହୋଟେଲ କ୍ରାଉନ ଠାରେ ଅନୁଷ୍ଠିତ ହେବ ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡ଼ ୨୦୧୮ । ଏଥିରେ ଓଡିଶାର ସଫଳ କଂପାନୀଗୁଡିକୁ ପୁରସ୍କୃତ କରାଯିବ । ପ୍ରତି ବର୍ଗରେ ତିନିଟି ଶ୍ରେଷ୍ଠ କଂପାନିକୁ ପ୍ଲାଟିନମ, ଗୋଲ୍ଡ, ଏବଂ ସିଲଭର ପୁରସ୍କାର ଦିଆଯିବ । ଏହି ପୁରସ୍କାର ନିମନ୍ତେ ଆବେଦନକାରୀ ଡବ୍ଲୁଡବ୍ଲୁଡବ୍ଲୁ ଡଙ୍କ୍ ସମ୍ବାଦ ଆୱାର୍ଡ ଡଟ୍ ଇନକୁ ଯାଇ ଫର୍ମ ଡାଉନଲୋଡ କରିପାରିବେ । ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ଜାନୁଆରୀ ୬ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ସମ୍ବାଦ କର୍ପୋରେଟ ଏକ୍ସିଲେନସ ଆୱାର୍ଡ଼ ୨୦୧୮ ଯୋଜନା ଅନୁଯାୟୀ, ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ । ପାଞ୍ଚଟି ବର୍ଗରେ ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ ।
ଏହି ଅବସରରେ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି, ଓଡ଼ିଶା ସରକାର ୨୦୨୦ ସୁଦ୍ଧା ଓଡ଼ିଶାକୁ ଦେଶର ୩ୟ ବୃହତ୍ତମ ଷ୍ଟାର୍ଟ ଅପ ହବ୍ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ ୧୦୦୦ ଷ୍ଟାର୍ଟଅପକୁ ସ୍ୱୀକୃତି ପ୍ରଦାନ କରି ପ୍ରେତ୍ସାହିତ କରିବାକୁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏପର୍ୟ୍ୟନ୍ତ ପ୍ରାୟ ୨୫୨ଟି ଷ୍ଟାର୍ଟଅପକୁ ଚିହ୍ନଟ କରାଯାଇଛି ଓ ତା’ମଧ୍ୟରୁ ପ୍ରାୟ ୧୯ଟି ଷ୍ଟାର୍ଟଅପକୁ ପ୍ରେତ୍ସାହନ ପାଣ୍ଠି ପ୍ରଦାନ କରାଯାଇଛି ।