ପୁଣି ପଦାରେ ପଡିଲା କଂଗ୍ରେସ କନ୍ଦଳ । ସଲମାନ ଖୁର୍ସିଦ ଦେଲେ ବଡ଼ ବୟାନ, ଖଡ଼ଗେ ବିରୋଧରେ ଆପତ୍ତିଜନକ ଟିପ୍ପଣୀ

211

କନକ ବ୍ୟୁରୋ : ପୁଣି ଥରେ ବୟାନ ପାଇଁ ବିବାଦରେ କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ । କଂଗ୍ରେସ ସଭାପତି ମଲ୍ଲିକାଜୁନ଼ ଖଡଗେଙ୍କୁ ନେଇ ଖୁର୍ସିଦ ଏଭଳି ଏକ ବୟାନ ଦେଇଛନ୍ତି ଯାହା ପାଇଁ ଏବେ କଂଗ୍ରେସର ଦଳୀୟ କନ୍ଦଳ ପୁଣି ଥରେ ପଦାରେ ପଡିଛି । ଖୁର୍ସିଦ କହିଛନ୍ତି ଖଡ଼ଗେ ଦଳ ପାଇଁ ମୁଖା ବା ରବର ଷ୍ଟାମ୍ପ ସଦୃଶ । ପ୍ରକୃତରେ ଦଳର ସମସ୍ତ ନିଷ୍ପତି ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ନେଇଥାନ୍ତି । ଖଡ଼ଗେଙ୍କ ପାଖରେ ନିଷ୍ପତି ନେବାର କ୍ଷମତା ନାହିଁ । ନିକଟରେ ଖୁର୍ସିଦଙ୍କୁ ସାମ୍ବାଦିକ ପ୍ରଶ୍ନ କରିଥିଲେ କି ରାହୁଲ ଗାନ୍ଧିଙ୍କ ବଦଳରେ କଣ ପାଇଁ ଖଡ଼ଗେଙ୍କୁ ଦଳର ସଭାପତି ଦାୟିତ୍ୱ ଦିଆଗଲା । ଏହାର ଉତର ରଖି ଖୁର୍ସିଦ କହିଥିଲେ ଦଳ ପାଖରେ କୌଣସି ଉପଯୁକ୍ତ ନେତା ନାହାଁନ୍ତି । ମୁଖ୍ୟ ନେତା ଗାନ୍ଧୀ ପରିବାର । ମଲ୍ଲିକାର୍ଜୁନ ଖଡ଼ଗେ ଦଳର ସଭାପତି । ଦଳକୁ ସାଂଗଠନ୍ଖଳ ସ୍ତରରେ ମଜୁବତ କରିବା ପାଇଁ ତାଙ୍କର ବଡ ଭୂମିକା ରହିଛି ।

ଖୁର୍ସିଦଙ୍କ ଏହି ବୟାନକୁ ନେଇ କଂଗ୍ରେସକୁ କାଉଁଟର କରିଛି ବିଜେପି । ବିଜେପି କହିଛି କଂଗ୍ରେସ କେବଳ ବଂଶାବାଦକୁ ଗୁରୁୁତ୍ୱ ଦିଏ. ଚାଟୁକାରିତା କରେ , ଦୁର୍ନିୀତର ଦଳ ହେଉଛି କଂଗ୍ରେସ । ଯାହାକୁ ଏବେ ସର୍ବସମ୍ମୁଖକୁ ଆଣିଛନ୍ତି ସଲମାନ ଖୁର୍ସିଦ ।

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପ୍ରଭୁ ରାମଙ୍କ ସହ ତୁଳନା କରି ଚର୍ଚ୍ଚାକୁ ଆସିଥିଲେ ସଲମାନ ଖୁର୍ସିଦ । ପ୍ରଥମେ ରାହୁଲ ଓ ଏବେ କଂଗ୍ରେସ ସଭାପତିଙ୍କ ବିରୋଧରେ ଏଭଳି ବୟାନ ଆଗକୁ ହୁଏତ ଖୁର୍ସିଙ୍କୁ ସମସ୍ୟା ଭିତରକୁ ଟାଣିପାରେ