ହତ୍ୟା ଧମକ ଭିତରେ ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି । ଜାଣନ୍ତୁ କିଏ ଏହି ୨ ବ୍ୟକ୍ତି ?

278

କନକ ବ୍ୟୁରୋ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତାଙ୍କୁ ଜେଡ୍ ପ୍ଲସ ସିକ୍ୟୁରିଟି ମଧ୍ୟ ପ୍ରଦାନ କରାଯାଇଛି । ଏସବୁ ଭିତରେ ଏବେ ଏକ ବଡ ଖବର ସାମ୍ନାକୁ ଆସିଛି । ସଲମାନଙ୍କ ପନବେଲ ସ୍ଥିତ ଫାର୍ମ ହାଉସରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀ ପ୍ରବେଶ କରିଛନ୍ତି । ସେମାନେ ଜୋର ଜବରଦସ୍ତ ଫାର୍ମ ହାଉସରେ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇ ଥିଲେ । ଏହାପରେ ସ୍ଥାନୀୟ ପୋଲିସକୁ ଖବର ଦେଇ ୨ ସନ୍ଦିଗ୍ଧଙ୍କୁ ପୋଲିସର ଜିମା ଦେଇଛନ୍ତି ।

ପୋଲିସ କହିଛି କି, ଏହି ଦୁଇ ସନ୍ଦିଗ୍ଧ ଫାର୍ମହାଉସର ତାରବାଡ କାଟି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ପୋଲିସ କହିଛି କି, ଯେତେବେଳେ ସନ୍ଦିଗ୍ଧ ୨ ଜଣ ଫାର୍ମ ହାଉସ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ଫାର୍ମ ହାଉସ ଭିତରେ ସଲମାନ ଖାନ ନ ଥିଲେ । ଏବେ ପୋଲିସ ୨ ସନ୍ଦିଗ୍ଧଙ୍କୁ ଗିରଫ କରି ଥାନାକୁ ନେଇଛି । ହେଲେ ପ୍ରାଥମିକ ତଦନ୍ତ ବେଳେ ସନ୍ଦିଗ୍ଧମାନେ ସଲମାନ ଖାନଙ୍କ ପ୍ରଶଂସକ ବୋଲି କହିଛନ୍ତି । ସେପଟେ ପୋଲିସ ସେମାନଙ୍କ ଠାରୁ ନକଲି ପାସ୍ ଓ ନକଲି ପରିଚୟପତ୍ର ଜବତ କରିଛି ।