ହାଇଟେକ୍ ହସ୍ପିଟାଲ ଅଘଟଣକୁ ନେଇ ଯୁବ କଂଗ୍ରେସ ଓ ବିଜେପିର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ । ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ଗିରଫ ଦାବି ।

83

କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡାମାଡ଼ କରିଛି ଛାତ୍ର ଓ ଯୁବ କଂଗ୍ରେସ । ଏହା ରାଜ୍ୟର ଏକ ସମ୍ବେଦନଶୀଳ ଘଟଣା, ହସ୍ପିଟାଲର ଭୁଲ ତଥ୍ୟ ଏବଂ ଚିକିତ୍ସା ପାଇଁ ୩ଜଣଙ୍କ ସହ ଜଣେ ଗର୍ଭବତୀ ମହିଳାଙ୍କ ମଧ୍ୟ ଜୀବନ ଯାଇଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତି । ହସ୍ପିଟାଲ ମାଲିକ ଗରିଫ ଦାବି ସହ ହସ୍ପିଟାଲର ଲାଇସେନ୍ସ ବାତିଲ କରିବାକୁ ଦାବି କରାଯାଇଛି । ଯେତେବେଳେ ସମ ହସ୍ପିଟାଲ ଅଘଟଣ ଘଟିଥିଲା ହସ୍ପିଟାଲ ମାଲିକ ଗିରଫ ହୋଇଥିଲେ । ହାଇଟେକ ମାଲିକ କାହିଁକି ଗିରଫ ହେଉନାହାଁନ୍ତି ବୋଲି ପ୍ରଶ୍ନ କରଛନ୍ତି ।

ହାଇଟେକ୍ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗରେ ଘେରିଲା ବିଜେପି । ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ୨୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିଲେ ହସ୍ପିଟାଲରେ ଚିକିତ୍ସା ସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି । ଏପରି ସ୍ଥିତିରେ ଏସି ମରିମତି କରିବାକୁ ଆସି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଥିବା ଅଭିଯୋଗ କରିଛି ବିଜେପି । ତେଣୁ ହସ୍ପିଟାଲ କିଭଳି ସେମାନଙ୍କୁ ଚିକିତ୍ସା କରାଇବାକୁ ନିଜ ପାଖରେ ରଖିଲା ବୋଲି ବିଜେପି ପ୍ରଶ୍ନ କରିଛି । ସେହିପରି ହସ୍ପିଟାଲର ମାଲିକ ତିରୁପତି ପାଣିଗ୍ରାହୀ ଡିସେମ୍ବର ୨୭ରେ ଓଡିଶାରେ ଥିଲେ । ଏହାର ଫଟୋ ମଧ୍ୟ ରହିଛି ବୋଲି ବିଜେପି କହିଛି । ଏପରି ସ୍ଥିତିରେ ହସ୍ପିଟାଲରେ ଏତେ ବଡ ଘଟଣା ଘଟିଥିବ ବେଳେ ସେ କୁଆଡେ ଗାଏବ ହୋଇଗଲେ ବୋଲି ପ୍ରଶ୍ନ କରିଛନ୍ତି । ଏବେ ମୃତକଙ୍କ ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବାକୁ ବିଜେପି ଦାବି କରିଛି । ଯଦି ମିସନାରୀ ଟ୍ରଷ୍ଟକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ତାହେଲେ ଏହି ମୃତକଙ୍କୁ କାହିଁକି ନୁହେଁ ବୋଲି ବିଜେପି ପ୍ରଶ୍ନ କରିଛି । ହସ୍ପିଟାଲ ମାଲିକ ବିଜେଡିର ନେତା ତେଣୁ ଏହି ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଓ ଶ୍ରମ କମିସନର ଜାଣିଶୁଣି ନିରବ ରହୁଛି କି ବୋଲି ବିଜେପି ପ୍ରଶ୍ନ କରିଛି ।