ବୈଜୟନ୍ତଙ୍କ ସପକ୍ଷରେ ବାହାରିଲେ ବିଜେପି ମୁଖପାତ୍ର ! କହିଲେ, ନବୀନଙ୍କୁ ଜଣାଇବାକୁ ଚାହୁଛନ୍ତି ଯେଉଁଠି ଠିଆ ହେଲେ ବି ଜିତିବେ

25

କନକ ବ୍ୟୁରୋ : ସମ୍ବଲପୁର ପ୍ରେସ କ୍ଲବରେ ବୈଜୟନ୍ତଙ୍କ ଗୁଗଲି ପରେ ଆଜି ବିଜେଡି ସାଂସଦଙ୍କ ସପକ୍ଷରେ ବହାରିଛି ବିଜେପି । ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ବୈଜୟନ୍ତ ଜଣେ ଭଲ ନେତା । ଏବଂ ସେ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ସେ ଯେଉଁଠି ଠିଆ ହେବେ ସେ ଜିତିବେ । ଏହା ସହିତ ସଜ୍ଜନ ଆହୁରି କହିଛନ୍ତି ବୈଜୟନ୍ତଙ୍କ ଭଳି ଅନେକ ନେତା ଦଳ ଛାଡି ପାରନ୍ତିି । ସଜ୍ଜନଙ୍କ ଏହି ବୟାନରୁ ବୈଜୟନ୍ତ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରକୃତରେ ବୈଜୟନ୍ତଙ୍କ ଆଭିମୁଖ୍ୟ କଣ ରହିଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

Sajjan-Sharmaସେପଟେ ବୈଜୟନ୍ତ ମାମୁଁଘର ଅଂଚଳରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସୁର କହିଛନ୍ତି ବୈଜୟନ୍ତ ବିଜେଡିରୁ ଏକଘରକିଆ ହୋଇ ପଡିଛନ୍ତି । ସେ ଜଣେ ଯୋଗ୍ୟ ପ୍ରାର୍ଥୀ । ତେଣୁ ସେ ଓଡିଶାର ଯେଉଁଠୁ ଠିଆ ହେବେ ଜିତିବେ ।

ଗତକାଲି ସମ୍ବଲପୁର ପ୍ରେସ୍ କ୍ଲବରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି-ଅବିଭକ୍ତ ସମ୍ବଲପୁରbaijayant visit to briten ଜିଲ୍ଲାରେ ତାଙ୍କ ମାମୁଁ ଘର । ଏବଂ ସୁଯୋଗ ମିଳିଲେ ପଶ୍ଚିମ ଓଡ଼ିଶାର ସେବା କରିବେ । ପୂର୍ବରୁ ସେ ବରଗଡ଼ରୁ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ବେଶ ଚର୍ଚ୍ଚା ହେଉଥିଲା । ଆଉ ଏସବୁ ଭିତରେ ଅଚାନକ୍ ବୈଜୟନ୍ତଙ୍କୁ ମାମୁ ଘର କଥା ମନେ ପଡ଼ିଲା, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନ୍ୟପଟେ, ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ମତ ରଖିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ନିଜ ସ୍ୱାର୍ଥ ପାଇଁ ସେ କୌଣସି ମତ ରଖନ୍ତି ନାହିଁ, ବରଂ ଓଡ଼ିଶାର ଲୋକ ଏବଂ ଦଳୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମତ ରଖନ୍ତି ।