ହରିଦ୍ୱାରର କୁମ୍ଭମେଳାରେ ଭୟଙ୍କର ଭିଡ : କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ; ନା ପାଳନ ହେଉଛି ସାମାଜିକ ଦୂରତା ନା ଲୋକେ ପିନ୍ଧୁଛନ୍ତି ମାସ୍କ

112

କନକ ବ୍ୟୁରୋ : କୁମ୍ଭମେଳାରେ ନାହିଁ କି କରୋନା ଭୟ । ସାରା ଦେଶରେ ଭୁତାଣୁର ଭୟ ଛାଇ ଯାଇଥିବା ବେଳେ କୁମ୍ଭମେଳାରେ ଶହଶହ ସାଧୁସନ୍ଥ ଏକାଠି ହୋଇଛନ୍ତି । ହରିଦ୍ୱାରା କୁମ୍ଭମେଳାର ଦ୍ୱିତୀୟ ମହାସ୍ନାନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ୧୩ଟି ଆଖାଡାର ସାଧୁସନ୍ଥଙ୍କ ଭିଡ ହରିଦ୍ୱାରର ହର କି ପୌଡିରେ ଦେଖିବାକୁ ମିଳିଛି । ନେପାଳ ରାଜା ଜ୍ଞାନେନ୍ଦ୍ର ବୀର ସିଂ ମହାସ୍ନାନ କରିବା ପାଇଁ ହରିଦ୍ୱାରରେ ପହଁଚିଛନ୍ତି ।

କିଛି ସାଧୁ କରୋନା ସଂକ୍ରମିତ ଥିବା ଜଣାପଡିଛି । ସାଧୁସନ୍ଥଙ୍କ ସବୁଠୁ ବଡ ପ୍ରତିଷ୍ଠାନ ଅଖିଳ ଭାରତୀୟ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସମେତ ୯ରୁ ଅଧିକ ସାଧୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତଥାପି କୋଭିଡ ନିୟମକୁ ବେଖାତିର କରି ଶ୍ରଦ୍ଧାଳୁଙ୍କ ଏପରି ଭିଡ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସାମାଜିକ ଦୂରତା ତ ଦୂରର କଥା ଲୋକଙ୍କ ମୁହଁରେ ମାସ୍କ ମଧ୍ୟ ନାହିିଁ ।

ଅନ୍ୟପଟେ ସ୍ଥାନୀୟ ପ୍ରଶାସନ କହିଛି ଶ୍ରଦ୍ଧାଳୁଙ୍କ ଏତେ ମାତ୍ରା ଭିଡ ଭିତରେ ନିୟମ ମାନିବା ପାଇଁ ବାରମ୍ବାର ନିବେଦନ କରାଯାଉଛି । ହେଲେ ଲୋକେ କରୋନା କଟକଣାକୁ ମାନୁ ନାହାନ୍ତି । ଆଉ ଯଦି ଏହି ଗହଳି ଭିତରେ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ ଚେଷ୍ଟା କରାଯିବ ତେବେ ଦଳାଚକଟା ଆଶଙ୍କା ଥିବା କହିଛନ୍ତି କୁମ୍ଭମେଳାର ଦାୟିତ୍ୱରେ ଥିବା ଆଇଜି ସଂଜୟ ଗୁଞ୍ଜାଲ ।