ନୟାଗଡ ରେଳ ଷ୍ଟେସନରେ ଦୁର୍ବୃତ୍ତଙ୍କ ଲଙ୍କାକାଣ୍ଡ । ଭଙ୍ଗାରୁଜା ସହ ଷ୍ଟେସନ ମାଷ୍ଟରଙ୍କୁ ପିଟିଲେ ଦୁର୍ବୃତ୍ତ

59

କନକ ବ୍ୟୁରୋ : ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଗତକାଲି ରାତିରେ ଆତଙ୍କ ଖେଳାଇଛନ୍ତି ନିଶାଖୋର ବ୍ୟକ୍ତି । ୧୫ରୁ ଅଧିକ ମଦ୍ୟପ ଯୁବକ ଷ୍ଟେସନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅଫିସ କାଗଜ ପତ୍ର ପୋଡ଼ି ଦେଇଛନ୍ତି । ଏହି ଅସାମାଜିକ ଯୁବକଙ୍କ ଆକ୍ରମଣରେ ଷ୍ଟେସନ ମ୍ୟାନେଜର ସଂଜୟ ପ୍ରଧାନଙ୍କ ମୁଣ୍ଡ ଫାଟିଛି ।

ସୂଚନା ଯୋଗ୍ୟ ଗତକାଲି ୧୫ରୁ ଅଧିକ ଯୁବକ ଷ୍ଟେସନ ସମ୍ମୁଖରେ ମଦ ପିଉଥିଲେ । ଏହାକୁ ଆରପିଏଫ ପୋଲିସ ବିରୋଧ କରିଥିଲା । ରାତି ସମୟରେ ଷ୍ଟେସନରେ ମାତ୍ରୂ ୪ଜଣ ଆରପିଏଫ କର୍ମଚାରୀ ଥିବାରୁ ଏହି ଯୁବକମାନେ ସେମାନଙ୍କ ଉପରେ ଭାରି ପଡ଼ିଥିଲେ । ଷ୍ଟେସନ ମ୍ୟାନେଜର ଶ୍ରୀ ପ୍ରଧାନ ଘଟଣା ସ୍ଥଳକୁ ଆସି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ହେଲେ ମଦ୍ୟପ ଯୁବକମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ସହ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ । ନିଆଁକୁ ଆୟତ କରାଯାଇଥିବା ବେଳେ ବ୍ୟାପକ କ୍ଷତି ଘଟିଥିବା ସୂଚନା ରହିଛି । ଏନେଇ ଥାନାରେ ଅଭିଯୋଗ ହୋଇଛିି ।