ଇସ୍ରୋର ମୁଖ୍ୟ ହେଲେ ଏସ୍ ସୋମନାଥ, ଜାଣନ୍ତୁ ରକେଟ ଇଂଜିନିୟରିଂରୁ ଇସ୍ରୋ ମୁଖ୍ୟ ପର୍ଯ୍ୟନ୍ତ କେମିତି ଥିଲା ଜୀବନ ଯାତ୍ରା

348

କନକ ବ୍ୟୁରୋ : ଦୃଢ ଇଚ୍ଛା ଶକ୍ତି ଯେ ଅସାଧ୍ୟକୁ ସାଧ୍ୟ କରିପାରେ ତାହା ଦେଖିବାକୁ ମିଳିଛି ଇସ୍ରୋ ମୁଖ୍ୟ ହୋଇଥିବା ଏସ୍ ସୋମନାଥଙ୍କ ଠାରେ । ବିକ୍ରମ ସାରାଭାଇ ସ୍ପେସ ସେଣ୍ଟର ନିର୍ଦ୍ଦେଶକ ତଥା ଇସ୍ରୋର ପ୍ରମୁଖ ବୈଜ୍ଞାନିକ ଏସ୍ ସୋମନାଥ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହୋଇଛନ୍ତି । ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ନିର୍ଦ୍ଦେଶକ ଥିବା ଏସ ସୋମନାଥନ ଜଣେ ରକେଟ ବିଶେଷଜ୍ଞ ଓ ଏୟାରସ୍ପେସ ଇଂଜିନିୟ ଭାବେ ବେସ ଜଣାଶୁଣା ଥିଲେ ।

ଭିଏସଏସସି ପୂର୍ବରୁ ଏସ୍ ସୋମନାଥନ ଥିରୁଅନନ୍ତପୁରମ୍ ସ୍ଥିତ ଲିକ୍ୱିଡ ପ୍ରୋପଲ୍ସନ ସିଷ୍ଟମ ସେଣ୍ଟର ନିର୍ଦ୍ଦେଶକ ଥିଲେ । ସେ ଇସ୍ରୋର ଯେତେଗୁଡିଏ ରକେଟର ବିକାଶ ହୋଇଛି ସେଥିରେ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସୋମନାଥନ ଜଣେ ଲଂଚ ଭେଇକିଲ ଡିଜାଇନ ମାଷ୍ଟର ଭାବେ ବି ବେସ୍ ଜଣାଶୁଣା । ସେ ଲଂଚ ଭେଇକିଲ ସିଷ୍ଟମ ଇଂଜିନିୟରିଂ , ଷ୍ଟ୍ରକଚରାଲ ଡିଜାଇନ, ଷ୍ଟକଚରାଲ ଡାଇନୋମିକ୍ସ ଓ ପାଇରୋଟେକନିକ୍ସର ଜଣେ ବିଶେଷଜ୍ଞ ।

ଇସ୍ରୋର ମୁଖ୍ୟ ପଦରେ ଅବସ୍ଥାପିତ ହେବା ପୂର୍ବରୁ ସେ GSAT-MK11 (F09)  କୁ ଅପଗ୍ରେଡ କରିବା କାମରେ ଲାଗିଥିଲେ । ଏହା ମାଧ୍ୟମରେ ଭାରି ସଂଚାର ସାଟେଲାଇଟକୁ ଅନ୍ତରୀକ୍ଷରେ ଲଂଚ କରାଯାଇ ପାରିବ । ଏହା ବ୍ୟତୀତ ଏସ୍ ସୋମନାଥନ GSAT-6A କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ବି କାମ କରୁଛନ୍ତି । ଏହା ଦ୍ୱାରା ରିମୋର୍ଟ ସୋର୍ସିିଂ ସାଟେଲାଇଟକୁ ଠିକ୍ ଢଙ୍ଗରେ ଲଂଚ କରାଯାଇ ପାରିବ ।

ଏସ୍ ସୋମନାଥନ ଏର୍ଣ୍ଣାକୁଲମର ମହାରାଜା କଲେଜରୁ ପ୍ରି ଡିଗ୍ରୀ ପ୍ରୋଗ୍ରାମ ଶେଷ କରିଛନ୍ତି । ଏହାପରେ ସେ କେରଳ ୟୁନିଭରସିଟିର କ୍ୱିବଲାନ ସ୍ଥିତ ଟିକେଏମ କଲେଜ ଅଫ୍ ଇଂଜିନିୟରିଂରୁ ମେକାନିକାଲ ଇଂଜିନିୟରିଂ ପାଠ୍ୟକ୍ରମ ସମାପ୍ତ କରିଥିଲେ । କେବଳ ସେତିକି ନୁହେଁ ଏହାପରେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ ଏୟାରସ୍ପେସ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ରକେଟ ଡାଇନୋମିକ୍ସ ଓ କଣ୍ଟ୍ରୋଲ ଉପରେ ବିଶେଷଜ୍ଞତା ହାସଲ କରିଥିଲେ ।

ଗ୍ରାଜୁଏସନ ଶେଷ କରିବା ପରେ ଏସ୍ ସୋମନାଥନ ବିକ୍ରମ ସାରାଭାଇ ସ୍ପେଷ୍ଟ ସେଣ୍ଟରରେ ଜଏନ କରିଥିଷଲ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ପିଏସଏଲଭି ପ୍ରୋଜେକ୍ଟ ସହ କାମ କରିଥିଲେ । ଏହାପରେ ୨୦୧୦ ରେ ଜିଏଏଲଭିଏମକେ -୩ରକେଟ ପ୍ରୋଜେକ୍ଟରେ ନିର୍ଦ୍ଦେଶକ ପଦ ପାଇଥିଲେ ।