ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ : ମାମଲା ଉପରୁ ପରଦା ହଟାଇବାକୁ କ୍ରାଇମବ୍ରାଞ୍ଚର ପ୍ରୟାସ

61

କନକ ବ୍ୟୁରୋ : ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ପ୍ରୟାସ ଚଳାଇଛି କ୍ରାଇମବ୍ରାଞ୍ଚ । ହୋଟେଲ ଛାତରୁ ପଡ଼ି ଆଣ୍ଟୋଭଙ୍କ ମୃତ୍ୟୁ ହୋଇଥିବାରୁ ସିନ୍ ରିକ୍ରିଏସନ୍ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଡମିର ସହାୟତା ନେବ କ୍ରାଇମବ୍ରାଞ୍ଚ । ଦିଲ୍ଲୀରୁ ଡମି ରାୟଗଡ଼ା ଅଣାଯିବ ବୋଲି ଜଣାପଡ଼ିଛି ।

ଏମ୍ସ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆଣ୍ଟୋଭଙ୍କ ଓଜନ ଓ ଶରୀର ଆକୃତିର ଗୋଟିଏ ଡମିକୁ ଛତ ଉପରୁ ବାରମ୍ବାର ତଳକୁ ପକାଯିବ । ପ୍ରତିଥର ଡମିର ଯାଞ୍ଚ କରି କେଉଁ କେଉଁ ଅଂଶ କ୍ଷତିଗ୍ରସ୍ତ ହେଉଛି ତାହାର ରିପୋର୍ଟ ପ୍ରସ୍ତୁତ କରାଯିବ । ସେହି ରିପୋର୍ଟକୁ ଆଣ୍ଟୋଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମେଳ କରାଯିବ । ସିନ୍ ରିକ୍ରିଏସନ୍ ପାଇଁ ଘଟଣାସ୍ଥଳକୁ ବି ସିଲ୍ କରି ରଖିଛି କ୍ରାଇମବ୍ରାଞ୍ଚ । ଦିନେ ଦୁଇ ଦିନ ଭିତରେ କ୍ରାଇମସିନ୍ ରିକ୍ରିଏସନ୍ କରାଯିବ ବୋଲି ଜଣାପଡ଼ିଛି ।