ତିକ୍ତତା ଭିତରେ ଆମେରିକାରୁ ଋଷିଆ ମହାକାଶଚାରୀଙ୍କ ଯାତ୍ରା ଆରମ୍ଭ : ୟୁକ୍ରେନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଋଷ-ଆମେରିକା

151

କନକ ବ୍ୟୁରୋ : ଋଷିଆ ମହାକାଶଚାରୀଙ୍କ ଆରମ୍ଭ ଯାତ୍ରା । କୋଡିଏ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଋଷିଆର ମହାକାଶଚାରୀ ଆମେରିକାରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଆମେରିକାର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ଏହି ଯାତ୍ରା ଆରମ୍ଭ ହୋଇଛି । ୟୁକ୍ରେନ୍ ସଙ୍କଟ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ରହିଛି ।

ଋଷିଆର ମହାକାଶଚାରୀ ମାନେ ଜତୀୟ ଏରୋନେଟିକ୍ସ ଓ ସ୍ପେଶ ଆଡମିନଷ୍ଟ୍ରେସନ ଓ ଜାପାନର ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି । ଫ୍ଲୋରିଡାରେ ବାତ୍ୟା ଇୟାନ ଯୋଗୁ ସ୍ପେଶ –ଏକ୍ସ କମ୍ପାନୀ ରକେଟର ଯାତ୍ରାକୁ ସ୍ଥଗିତ ରଖିଥିଲା । । ଏହି ମିଶନ ୫ମସ ପର୍ଯ୍ୟନ୍ତ ଚାଲିବ । ଏଥିରେ କୋଚି ପଞ୍ଚମ ଥର ପାଇଁ ମହାକାଶକୁ ଯାତ୍ରା କରିଛି ।