ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା : ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ରହିବା ସମ୍ଭାବନା

206

କନକ ବ୍ୟୁରୋ : ଆଗାମୀ ୨୪ରୁ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ । ଦକ୍ଷିଣ ଉପକୂଳ ଓ ତାର ପାର୍ଶ୍ୱ ଜିଲ୍ଲାରେ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ବର୍ଷାର ପ୍ରଭାବ ରହିବ । ୪୮ ଘଣ୍ଟା ପରେ ପାଗରେ ପରିବର୍ତ୍ତନ ହେବ ।