ଭାରତକୁ ମିଳିବ ଏସ୍-୪୦୦ର ତୃତୀୟ ରେଜିମେଣ୍ଟ୍ । ଆହୁରି ଶକ୍ତିଶାଳି ହେବ ଭାରତର ସାମରିକ ଶକ୍ତି

229

କନକ ବ୍ୟୁରୋ : ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଭାରତକୁ ଋଷ ଦେବାକୁ ଯାଉଛି ଏସ୍-୪୦୦ ମିଜାଇଲ୍ ସିଷ୍ଟମର ତୃତୀୟ ରେଜିମେଣ୍ଟ୍ । ଗୋଟିଏ ରେଜିମେଣ୍ଟରେ ୮ଟି ଲଞ୍ଚର ରହିଥାଏ । ଅର୍ଥାତ୍ ୮ଟି ଲଞ୍ଚିଙ୍ଗ୍ ଟ୍ରକ୍ ଦିଆଯିବ । ଗୋଟିଏ ଟ୍ରକରେ ୪ଟି ଲଞ୍ଚର ଲାଗି ରହିଥାଏ । ଏଥିରେ ୪ଟି ଲେଖାଏଁ ମିଜାଇଲ୍ ରହିଥାଏ । ମୋଟାମୋଟି ଭାବେ ଦେଖିବାକୁ ଗଲେ ତୃତୀୟ ରେଜିମେଣ୍ଟରେ ଭାରତକୁ ମିଳିବ ୩୨ଟି ମିଜାଇଲ୍ । ଏହି ମିଜାଇଲ୍ ସିଷ୍ଟମ୍ ଭାରତକୁ ମିଳିଲେ ଆହୁରି ଶକ୍ତିଶାଳି ହୋଇଯିବ ଭାରତର ସାମରିକ ଶକ୍ତି । ସୀମାରେ ଆହୁରି ମଜଭୁତ ହୋଇଯିବ ସାମରିକ ଶକ୍ତି ।

ଏସ୍-୪୦୦ ମିଜାଇଲ୍ ସିଷ୍ଟମର ପୂରା ନାଁ ହେଉଛି ଏସ୍-୪୦୦ ଏୟାର ଡିଫେନ୍ସ ମିଜାଇଲ୍ ସିଷ୍ଟମ୍ । ଏହାର ନାଁ ଯେମିତି କାମ ବି ସେମିତି । ଆକଶ ମାର୍ଗରୁ ଆସୁଥିବା ଶତ୍ରୁର ମିଜାଇଲକୁ ଆଖିପିଛୁଳାକେ ଆକାଶରେ ହିଁ ଧ୍ୱଂସ କରିଦେବ । ଏହି ମିଜାଇଲ୍ ସିଷ୍ଟମ୍ ସୀମାରେ ମୁତୟନ ହେବା ପରେ ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଭାବିବ, ଆକ୍ରମଣ କରିବା ଉଚିତ୍ କି ନାହିଁ । କାହିଁକି ନା ଏହି ମିସାଇଲ୍ ଆଗରେ କୌଣସିବି ଅସ୍ତ୍ରଶସ୍ତ୍ରର ମୁକାବିଲା କରିବାର କ୍ଷମତା ରହିନଥାଏ । ଏହା ଦୁନିଆର ସବୁଠୁ ଶକ୍ତିଶାଳି ଏୟାର ଡିଫେନ୍ସ ସିଷ୍ଟମ୍ ଅଟେ ।

ଏସ୍-୪୦୦ ମିଜାଇଲ୍ ସିଷ୍ଟମ୍ ଶତ୍ରୁର ନ୍ୟୁକ୍ଲିୟର ଅସ୍ତ୍ରକୁ ବି ଆକାଶରେ ହିଁ ଧ୍ୱଂସ କରିଦେବ । ଶତ୍ରୁର ମିଜାଇଲ୍ ଭାରତ ମାଟି ଛୁଇଁବା ପୂର୍ବରୁ ହିଁ ଆକାଶରେ ଧ୍ୱଂସ ପାଇଯିବ । ଅନ୍ୟପଟେ ଏହି ମିସାଇଲକୁ ନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ୍ କହିଥିଲା, ଚୀନ୍ ଏବଂ ପାକିସ୍ତାନ ବିରୋଧରେ ଏସ-୪୦୦ ବିରୁଧରେ ଭାରତ ବ୍ୟବହାର କରିପାରିବ ।