ରୁଷ୍ ଆକାଶ ସୀମାରେ ପଶି ୟୁକ୍ରେନ ବାୟୁସେନା କଲା ଏୟାର ଷ୍ଟ୍ରାଇକ । ରୁଷିଆର ଅଭିଯୋଗ, ନଷ୍ଟ ହୋଇଛି ତେଲ ଡିପୋ

520

କନକ ବ୍ୟୁରୋ: ଯୁଦ୍ଧ ଶେଷ କରିବା ନେଇ ରୁଷ-ୟୁକ୍ରେନ ବୈଠକ କରୁଛନ୍ତି । ଏହାରି ଭିତରେ ରୁଷ ଆକାଶରେ ପଶି ୟୁକ୍ରେନ କରିଛି ଏୟାରଷ୍ଟ୍ରାଇକ୍ । ଯୁଦ୍ଧର ୩୭ ଦିନରେ ୟୁକ୍ରେନର ଏପରି ଜବାବି ହମଲା ସମସ୍ତଙ୍କୁ ସ୍ୱବ୍ଧ କରିଛି । ଗୋଟିଏ ପଟେ ରୁଷ ଦାବି କରୁଛି ୟୁକ୍ରେନର ସେନା କ୍ୟାମ୍ବ ଧ୍ୱଂସ ହେବା ସହିତ ଅନେକ ୟୁକ୍ରେନ ସେନା ପ୍ରାଣ ହରାଇଛନ୍ତି । ଅନ୍ୟପଟେ ୟୁକ୍ରେନ ପ୍ରଥମ ଥର ପାଇଁ ରୁଷ ଆକାଶରେ ପଶି ରକେଟ ମାଡ କରିଛି ।

ରୁଷକୁ କଡା ଜବାବ ଦେଲା ୟୁକ୍ରେନ । ଯୁଦ୍ଧର ୩୭ ଦିନରେ ରୁଷ ଆକାଶରେ ହେଲିକପ୍ଟର ପ୍ରବେଶ କରାଇ ୟୁକ୍ରେନ ଦେଇଛି କଡା ଜବାବ । ବେଲଗୋରୋଦ ସହରର ଗଭର୍ଣ୍ଣର ୟୁକ୍ରେନ ଆକ୍ରମଣ ବାବଦରେ ସୂଚନା ଦେଇଛନ୍ତି । ପ୍ରଥମେ ଏକ ବିମାନ ବନ୍ଦର ଉପରେ ୟୁକ୍ରେନ ବୋମା ମାଡ କରିଥିଲା ପରେ ପେଟ୍ରୋଲ ଡିପୋରେ ନିଆଁ ଲାଗିଯିବାରୁ ସୁଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି । ଏହି ତେଲ ଡିପୋରେ ମୋଟ୍ ୮ଟି ଟାଙ୍କି ଥିଲା । ଆଉ ନିଆଁ ଲିଭାଇବାରେ ୨୦୦ ଦମକଳ ନିୟୋଜିତ ଥିବା ଜଣାପଡିଛି । ତେବେ ୟୁକ୍ରେନ ଏ ନେଇ କୌଣସି ପ୍ରତିକ୍ରିୟା ରଖିନି ।

ଦିନକ ପୂର୍ବରୁ ଯୁଦ୍ଧ ଶେଷ କରିବାକୁ ତୁର୍କିରେ ରୁଷ -ୟୁକ୍ରେନ ବୈଠକ । ଅନ୍ୟପଟେ ଦୁଇ ଦେଶ ପରସ୍ପରର ସାମରିକ ଶକ୍ତିକୁ ଆକ୍ରମଣ ପ୍ରତିଆକ୍ରମଣରେ ବ୍ୟବହାର କରୁଛନ୍ତି । ଏହାରି ଭିତରେ କିନ୍ତୁ ଧ୍ୱଂସ ହୋଇଥିବା ୟୁକ୍ରେନର ଚେର୍ଣ୍ଣିହିବ ଆଣବିକ ପ୍ଲାଣ୍ଟକୁ ରୁଷ ସେନା ହସ୍ତାନ୍ତର କରିଛି । ମାସେ ଧରି ନିଜ କବଜାରେ ରଖିବା ପରେ ରୁଷ ନିଜ ନିୟନ୍ତ୍ରଣ ହଟାଇଛି । କିନ୍ତୁ କିଭ ସମେତ ବିଭିନ୍ନ ଦେଶରେ ଏବେ ବି ଜାରି ରହିଛି ରୁଷ-ୟୁକ୍ରେନ ସେନା ମଧ୍ୟରେ ଯୁଦ୍ଧ ।