ନାଟୋ ବିରୋଧରେ ଋଷର କଡା ଟିପ୍ପଣୀ, କଡା ଜବାବ ଦେବାକୁ ଚେତାବନୀ

160

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଚରମସୀମାରେ ପହଂଚିଛି । ଏହି କ୍ରମରେ ବିଭିନ୍ନ ଦେଶମାନେ ଋଷ ଉପରେ କଡା ପ୍ରତିବନ୍ଧକ ଲଗାଇଥିବା ବେଳେ ଋଷ ଏବେ ନାଟୋକୁ କଡା ଚେତାବନୀ ଦେଇଛି । ଋଷ କହିଛି କି ଆମକୁ ଅଟକାଇବା ହେଉଛି ନାଟୋର ମୁଖ୍ୟ ମିଶନ । ସେପଟେ ନଟୋ ଉପରେ ଅଭିଯୋଗ ଆଣି ଋଷ କହିଛି କି ନାଟୋ ସେନା ଏବେ ପୂର୍ବବର୍ତ୍ତୀ ଅଞ୍ଚଳରେ ଜମା ହେବାରେ ଲଏାଗିଛନ୍ତି । ତେଣୁ ନାଟୋ ସେନା ଏକାଠି ହେବା ଏକ ଉତ୍ତେଜିତ କଲାଭଳି ପଦକ୍ଷେପ ଭଳି ଋଷ ଅଭିଯୋଗ କରିଛି । ତେଣୁ ନାଟୋକୁ କଡା ଜବାବ ଦେବାକୁ ଚେତାବନୀ ଦେଇଛି ଋଷ ।

କହିରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପଛରେ ନାଟୋର ହାତଥିବା ଋଷ ପ୍ରଥମରୁ ଅଭିଯୋଗ କରିଆସୁଛି । ଋଷ କହିବା ମୁତାବକ ଋଷକୁ ପରାଜିତ କରି ୟୁରୋପୀୟ ମହାଦେଶରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଛି ନାଟୋ ଓ ନାଟୋ ପଛରେ ଆମେରିକାର ହାତ ରହିଛି ।

ସେପଟେ ନାଟୋ କଡା ଚେତାବନୀ ଦେଇଥିବା ଋଷ ଆଜି ୟୁକ୍ରେନ ଉପରେ ନରମ ମନୋଭାବ ପୋଷଣ କରିଥିବା ଦେଖିବାକୁ ମିଳିଛି । ସମାଚାର ଏଜେନ୍ସି ଏଏଫବିର ରିପୋର୍ଟ ମୁତାବକ ଋଷ କହିଛି କି ସେ ୟୁକ୍ରେନ ସରକାରକୁ ଭାଙ୍ଗିଦେବାକୁ ଚେଷ୍ଟା କରିନାହିଁ ।
ସବୁଠାରୁ ସମ୍ବେଦନଶୀଳ ସୂଚନା ଦେଇଛନ୍ତି ପଶ୍ଚିମ ରାଷ୍ଟ୍ରର ଶରଣାର୍ଥୀ ଏଜେନ୍ସି ୟୁଏନଏଚସିଆର । ଏହାର ପ୍ରମୁଖ ବୁଧବାର ଦିନ କହିଛନ୍ତି କି ଯୁଦ୍ଧ ଭୟରେ ଏବେସୁଦ୍ଧା ୟୁକ୍ରେନରୁ ୨୧ ଲକ୍ଷ ରୁ ଅଧିକ ଲୋକ ଦେଶଛାଡି ପଡୋଶୀ ଦେଶମାନଙ୍କରେ ଶରଣ ନେଇଛନ୍ତି ।