ଆସନ୍ତାକାଲି ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ : କ’ଣ ସବୁ ନୂଆ ନିୟମ ହେବ ଲାଗୁ ?

34,829

କନକ ବ୍ୟୁରୋ : ଆଜିଠାରୁ ଶେଷ ହେଉଛି ଆର୍ଥିକ ବର୍ଷ । ଆସନ୍ତାକାଲି ଆରମ୍ଭ ହେବ ନୂଆ ଆର୍ଥିକ ବର୍ଷ । ଏଥି ସହ ବଦଳିଯିବ କିଛି ନିୟମ । ବିଶେଷ କରି ବଜେଟରେ ଘୋଷଣା ହୋଇଥିବା ଟିକସ ସମ୍ପର୍କିତ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ସେହିପରି ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବାରୁ ସୁନା ଗହଣା ଦାମ ବଢିବା ଆଶଙ୍କା କରାଯାଉଛି । କାଲିଠାରୁ କ’ଣ ସବୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ।

କାଲିଠୁ ନୂଆ ନିୟମ
ବଢିବ ସୁନା ଗହଣା ଦର

– ଏପ୍ରିଲ ପହିଲାରୁ ହଲମାର୍କ ନଥିବା ସୁନା ଗହଣା ବିକ୍ରି ହୋଇପାରିବନି
– ୬ ସଂଖ୍ୟା ବିଶିଷ୍ଟ ହଲମାର୍କ ୟୁନିକ ଆଇଡେଂଟିଫିକେସନ୍ ବାଧ୍ୟତାମୂଳକ
– ହଲମାର୍କିଂ ବାଧ୍ୟତାମୂଳକ ହୋଇଥିବାରୁ ମହଙ୍ଗା ହୋଇପାରେ ସୁନା ଗହଣା

ମହଙ୍ଗା ହେବ ବିଭିନ୍ନ କମ୍ପାନିର କାର

– ୧ ଏପ୍ରିଲରୁ ବିଭିନ୍ନ କମ୍ପାନି କାର ଦାମ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି
– କଞ୍ଚାମାଲ ଦର ବୃଦ୍ଧି ସହ ନୀତି ନିୟମରେ ପରିବର୍ତ୍ତନ ଯୋଗୁଁ ବଢିବ ଦାମ୍
– ଦର ବୃଦ୍ଧି ନେଇ ଘୋଷଣା କରିସାରିଛନ୍ତି ମାରୁତି, ହୋଣ୍ଡା ଓ ଟାଟା ମୋଟର୍ସ

ଟିକସଦାତାଙ୍କୁ ମିଳିବ ରିହାତି

– ଏପ୍ରିଲ ପହିଲାରୁ ଲାଗୁ ହେବ କେନ୍ଦ୍ର ସରକାରଙ୍କ ନୂଆ ଟିକସ ରିଜିମ୍
– ବଜେଟ୍ ଉପସ୍ଥାପନ ବେଳେ ନୂଆ ଟିକସ ବ୍ୟବସ୍ଥା ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ
– ନୂଆ ବ୍ୟବସ୍ଥାରେ ବାର୍ଷିକ ୩ ଲକ୍ଷ ଯାଏଁ ଆୟକାରୀଙ୍କୁ ଦେବାକୁ ପଡିବନି ଟିକସ
– ନୂଆ ଟାକ୍ସ ରିଜିମକୁ ଚୟନ କଲେ ବାର୍ଷିକ ୭ ଲକ୍ଷରୁ କମ୍ ଆୟକାରୀଙ୍କୁ ଟିକସ ଛାଡ଼

ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର

– ସରକାରୀ ତେଲ କମ୍ପାନି ପ୍ରତି ମାସରେ ପେଟ୍ରୋଲ, ଡିଜେଲ ଦର ବଢାଇଥାନ୍ତି
– ମାର୍ଚ୍ଚରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ମହଙ୍ଗା ହୋଇଥିଲା
– ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ୩୫୦ ଟଙ୍କା ବୃଦ୍ଧି ହୋଇଥିଲା
– ତେଣୁ ଏପ୍ରିମ ମାସରେ ପୁଣି ରନ୍ଧନ ଗ୍ୟାସ ଦର ବଢାଇ ପାରନ୍ତି ତେଲ କମ୍ପାନି