ବିଧାନସଭାରେ ନକଲି ସାର୍ଟିଫିକେଟ ଝଡ଼ : ମୁଖ୍ୟ ଅଭିଯୁକ୍ତ ସହ ଫଟୋ ଦେଖାଇ ମୁହାଁମୁହିଁ ହେଲେ ଶାସକ–ବିରୋଧୀ

168

କନକ ବ୍ୟୁରୋ : ବିଧାନସଭାରେ ନକଲି ସାର୍ଟିଫିକେଟ୍ ଝଡ଼ । ଅଭିଯୁକ୍ତଙ୍କ ସହ ନେତାଙ୍କ ଫଟୋ ଦେଖାଇ ପରସ୍ପରଙ୍କୁ କଲେ ଟାର୍ଗେଟ । ଏହି ପ୍ରସଙ୍ଗରେ ନରସିଂହ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଫଟୋ ଓ ପୂର୍ବତନ ମନ୍ତ୍ରୀଙ୍କ ଫଟୋ ମୁଖ୍ୟ ଅଭିଯୁକ୍ତଙ୍କ ସହ ଥିବା ଅଭିଯୋଗ କରିଥିଲେ । ଏହାକୁ କାଉଂଟର କରି ଅରୁଣ ସାହୁ ମୁଖ୍ୟ ଅଭିଯୁକ୍ତଙ୍କ ସହ ନରସିଂହ ମିଶ୍ରଙ୍କ ଫଟୋ ଦେଖାଇଛନ୍ତି ।

ଏ ଫଟୋ କାହାର ଏତେ ତଳକୁ ଖସିଯାଉଛନ୍ତି ବୋଲି ସେ ପ୍ରଶ୍ନ କରିିଥିଲେ । ଅରୁଣଙ୍କ ବିବୃତି ପରେ ପୁଣି କାଉଣ୍ଟର କରିଛନ୍ତି ନରସିହ ମିଶ୍ର । କହିଛନ୍ତି ମୋର ଯଦି କୌଣସି ଫଟୋ ଅଛି ମୁଁ ତଦନ୍ତକୁ ସ୍ୱାଗତ କରୁଛି । ଯେଉଁମାନଙ୍କ ଫଟୋ ଅଛି ଗୃହରାଷ୍ଟ୍ର ମନ୍ତ୍ରୀ ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଯଦି ସାହସ ଅଛି ତଦନ୍ତ ପ୍ରକ୍ରିୟାକୁ ଆସନ୍ତୁ ବୋଲି ସେ କହିଛନ୍ତି । ନକଲି ସାର୍ଟିଫିକେଟ୍ କାରବାରର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସହ କଳିକେଶ ସିଂ ଦେଓ, ଅନଙ୍ଗଉଦୟ ସିଂଦେଓ, ସୁସାନ୍ତ ସିଂ, ନରସିଂହ ମିଶ୍ରଙ୍କ ସମେତ ଅନେକ ନେତାଙ୍କ ଫଟୋ ସାମ୍ନାକୁ ଆସିଛି ।