ନୂଆ ନୀତି : ମଦ ବିକ୍ରି ବଢିବ ନା କମିବ ? ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଏଣିକି ସମୁଦ୍ର କୂଳରେ ବି ମିଳିବ ମଦ

453

କନକ ବ୍ୟୁରୋ : ରାଜ୍ୟରେ ଆଉ ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ଗ୍ରାମାଂଚଳରେ କୌଣସି ପ୍ରକାରର ଠିପି ଖୋଲା ମଦ ଦୋକାନ ଲାଇସେନ୍ସ ମିଳିବ ନାହିଁ । କେବଳ ସହରାଂଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଠିପି ଖୋଲା ଲାଇସେନ୍ସ ପ୍ରଦାନ କରିହେବ ।

ରାଜ୍ୟରେ ଭାରତ ପ୍ରସ୍ତୁତ ବିଦେଶୀ ମଦ ଦର ବୃଦ୍ଧି ପାଇବ । ଏଣିକି ବିୟର ପାର୍ଲରରେ ୱାଇନ୍ ଉପଲବ୍ଧ ହେବ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି ହୋଇଥିବା ଅବକାରୀ ନୀତିରେ ଏଭଳି ପରିବର୍ତନ ରହିଛି । ଆସନ୍ତା ଏପ୍ରିଲ୍ ପହିଲାରୁ ଏହାକୁ ଲାଗୁ କରାଯିବ ।

– କୌଣସି ମଦ ଦୋକାନରେ ‘ସରକାରୀ’ ଉଲ୍ଲେଖ ରହିବ ନାହିଁ
– ସାଇନ୍ବୋର୍ଡରେ ‘ସ୍ୱୀକୃତିପ୍ରାପ୍ତ ମଦଦୋକାନ’ ବୋଲି ଲେଖିବେ
– ଦୋକାନର ନାମ ଦେବାଦେବୀ କିମ୍ବା ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ରହିପାରିବ ନାହିଁ
– ଦୋକାନ ସାମ୍ନାରେ ମୂଲ୍ୟ ସୂଚୀ ଝୁଲାଇବେ
– ଖୋଲିବା ଏବଂ ବନ୍ଦ ହେବା ସମୟ ଉଲ୍ଲେଖ କରିବେ
– ମଦ କିଣିବାକୁ ଥିବା ଲୋକର ବୟସ ସମ୍ବନ୍ଧରେ ଲେଖାଯିବ
– ମଦ୍ୟପାନ ‘ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ’ ବୋଲି ବଡ଼ ବଡ଼ ଅକ୍ଷରେ ଲେଖିବେ
– ପୂର୍ବଭଳି ହୋମ୍ ଡେଲିଭରି ଜାରିରହିବ
– କୋଭିଡ୍ ପାଇଁ ‘ସାମାଜିକ ଦୂରତା’ ନିୟମ ବଳବତର ରହିବ

ନୂଆ ଅବକାରୀ ନୀତି ଉପରେ ପ୍ରତିକ୍ରୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର । କହିଛନ୍ତି ଲୋକେ ମଦ କିଣନ୍ତୁ, ପିଅନ୍ତୁ କିନ୍ତୁ ଲାଇସେନ୍ସ ହୋଲ୍ଡରଙ୍କଠାରୁ । ଏହା ଏକ ଟକ୍ସିକେଟେଡ୍ । କୋଭିଡ୍ ସମୟରେ ମଦ ପିଇବା ପାଇଁ ଲୋକେ ବ୍ୟାକୁଳ ଥିଲେ । ଲାଇନରେ ରହି ମଦ କିଣୁଥିଲେ । ଲୋକଙ୍କ ଘରେ ମଦ ପହଞ୍ଚାଇବାକୁ ପଡ଼ିଥିଲା ।