ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ 

165
କନକ ବ୍ୟୁରୋ : ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଳିରେ ଗଡିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ତେଣୁ ରଥଦାଣ୍ଡରେ ଅନେକ ଗହଳି ହେବ ବୋଲି ଆକଳନ ହୋଇଛି । ବୁଧବାର ସଂଧ୍ୟାରେ ଶ୍ରୀଲିଙ୍ଗରାଜ ଥାନା ପରିସରରେ ଥିବା ଗୌରୀ କଲ୍ୟାଣ ମଣ୍ଡପରେ କମିଶନରେଟ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ, ଟ୍ରାଫିକ ଡିସିପିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ପୋରେଟର ଉପସ୍ଥିତ ଥିଲେ ।
କେମିତି ନୀତିକାନ୍ତି ଠାରୁ ଆରମ୍ଭ କରି ରଥା ଟଣା କାମ ସୁରୁଖୁରରେ ଶେଷ ହେବ ସେ ନେଇ ଆଲୋଚନା ହୋଇଥିଲା ।  ଶୃଙ୍ଖଳାଠାରୁ ଆରମ୍ଭ କରି ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଏହି ସମୟରେ ଆଲୋଚନା ହୋଇଥିଲା । ସେପଟେ ଆଜ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପରିସରରେ ବସିବାକୁ ଥିବା ପ୍ରସ୍ତୁତି ବୈଠକରେ ଯୋଗ ୩ ପ୍ରମୁଖ ନିଯୋଗର ସଭାପତି ଦେଇନପାରନ୍ତି ।