ରାଜବୀର ପାଇଁ ରୁଦ୍ରାଭିଷେକ । ଜୀବନ ବଞ୍ଚାଇବା ପାଇଁ ପୁରୀ ରାଧାବଲ୍ଲଭ ମଠରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା

189

କନକ ବ୍ୟୁରୋ : ରାଜବୀର ପାଇଁ ରୁଦ୍ରାଭିଷେକ । ରୁଦ୍ରାଭିଷେକ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । କୁନି ପୁଅ ରାଜବୀର ଜୀବନ ସହ ସଂଘର୍ଷ କରୁଥିବା ବେଳେ ବୈଦିକ ପରିଷଦ ପକ୍ଷରୁ ଆରୋଗ୍ୟ କାମନା କରି ରାଧାବଲ୍ଲଭ ମଠରେ ରୁଦ୍ରାଭିଷେକ କରାଯାଇଛି ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରାଯାଇ ରାଜବୀରଙ୍କ ଆରୋଗ୍ୟ କାମନା କରାଯାଇଛି । ସ୍ପାଇନାଲ ମସ୍କୁଲାର ଅଟ୍ରୋଫି ତଥା ଏସଏମଏ ଭଳି ମେରୁଦଣ୍ଡ ମାଂସପେଶୀ ରୋଗରେ ଆକ୍ରାନ୍ତ ଫୁଲବାଣୀର ୧୯ ମାସର ପୁଅ ରାଜବୀର । ୧୬ କୋଟି ଟଙ୍କାର ଇଂଜେକ୍ସନ ହିଁ ତାଙ୍କର ଜୀବନ ବଞ୍ଚାଇ ପାରିବ । ରାଜବୀରଙ୍କ ବାପା ମାଆ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଲୋଡିଛନ୍ତି । ନିକଟରେ ତାଙ୍କ ବାପା ମାଆ ନବୀନ ନିବାସ ସମ୍ମୁଖରେ ପୁଅର ଜୀବନ ଭିକ୍ଷା କରିବା ସହ ଅଭିନେତା ସୋନୁ ସୁଦଙ୍କୁ ଭେଟି ସହଯୋଗ କାମନା କରୁଥିଲେ ।