ଆମେରିକାର ଏକ କ୍ରୁଜରେ ୫୫ଜଣ କରୋନା ପଜିଟିଭ୍ । ସମସ୍ତେ ନେଇଥିଲେ କରୋନା ଟିକା

81

ଶନିବାର ଦିନ ଦକ୍ଷିଣପୂର୍ବାଞ୍ଚଳ ଆମେରିକୀୟ ପ୍ରଦେଶ ଫ୍ଲୋରିଡାରୁ ଯାତ୍ରା ଆରମ୍ଭ କରିଥିବା ‘ରୟାଲ୍‌ କ୍ୟାରିବିୟାନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ର ଗୋଟାଏ ‘କ୍ରୁଜ୍’ ଜାହାଜରେ (ଆମୋଦଦାୟକ ଜଳଯାତ୍ରା ପାଇଁ ଉଦ୍ଦିଷ୍ଟ) ୫୫ଜଣ ଯାତ୍ରୀ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବା କଥା ବୁଧବାର ରାତିରେ କମ୍ପାନି କହିଛି । ‘ଓଡିସି ଅଫ୍ ଦି ସିଜ୍’ ନାମକ ଉକ୍ତ ‘କ୍ରୁଜ୍‌ ଜାହାଜ’ରେ ଥିବା ଯାତ୍ରୀ ଏବଂ କ୍ରୁ’ମାନଙ୍କ ମଧ୍ୟରୁ ୯୫% କରୋନାଭାଇରସ୍‌ ନିରୋଧୀ ଟିକା ନେଇଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଛନ୍ତି ବୋଲି କମ୍ପାନି ସୂଚନା ଦେଇଛି ।

ଅଧିକ ସତର୍କତା ଅବଲମ୍ବନ କରାଯାଉଥିବାରୁ ୮ ଦିନିଆ ଜଳଯାତ୍ରାରେ ବାହାରି ଥିବା ଉକ୍ତ ଜାହାଜ ତା’ର ନିର୍ଦ୍ଧାରିତ ରହଣିସ୍ଥଳ କାରିବୀୟ ଦ୍ବୀପପୁଞ୍ଜ କୁରାକାଓ ଏବଂ ଆରୁବାରେ ଅଟକି ନ ଥିଲା। ତେଣୁ, ୨୬ ତାରିଖ ଦିନ ଫ୍ଲୋରିଡାର ଫୋର୍ଟ ଲଡର୍‌ଡେଲ୍‌କୁ ଫେରିବା ପର୍ଯ୍ୟନ୍ତ ଜାହାଜଟି ସମୁଦ୍ରରେ ରହିଥିବ।

‘ଓଡିସି ଅଫ୍ ଦି ସିଜ୍’ ନାମକ ଉକ୍ତ ‘କ୍ରୁଜ୍‌ ଜାହାଜ’ରେ ଥିବା ଯାତ୍ରୀ ଏବଂ କ୍ରୁ’ମାନଙ୍କ ମଧ୍ୟରୁ ୯୫% କରୋନାଭାଇରସ୍‌ ନିରୋଧୀ ଟିକା ନେଇଥିଲେ ମଧ୍ୟ ସେମାନେ ସଂକ୍ରମିତ ହୋଇଛନ୍ତି ବୋଲି କମ୍ପାନି ସୂଚନା ଦେଇଛି । ଅଧିକ ସତର୍କତା ଅବଲମ୍ବନ କରାଯାଉଥିବାରୁ ୮ ଦିନିଆ ଜଳଯାତ୍ରାରେ ବାହାରି ଥିବା ଉକ୍ତ ଜାହାଜ ତା’ର ନିର୍ଦ୍ଧାରିତ ରହଣିସ୍ଥଳ କାରିବୀୟ ଦ୍ବୀପପୁଞ୍ଜ କୁରାକାଓ ଏବଂ ଆରୁବାରେ ଅଟକି ନ ଥିଲା। ତେଣୁ, ୨୬ ତାରିଖ ଦିନ ଫ୍ଲୋରିଡାର ଫୋର୍ଟ ଲଡର୍‌ଡେଲ୍‌କୁ ଫେରିବା ପର୍ଯ୍ୟନ୍ତ ଜାହାଜଟି ସମୁଦ୍ରରେ ରହିଥିବ । ‘ୟୁଏସ୍‌ ଟୁଡେ’ ଖବରକାଗଜ ରିପୋର୍ଟ ଅନୁସାରେ, ‘ଓଡିସି’ରେ  ୩,୫୮୭ଜଣ ଯାତ୍ରୀ ଏବଂ ୧,୫୯୯ କ୍ରୁ’ ସଦସ୍ୟ ବା ପରିଚାରକ ଅଛନ୍ତି । ସିପିଙ୍ଗ୍‌ କମ୍ପାନି ‘ରୟାଲ୍‌ କ୍ୟାରିବିୟାନ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’ କହିଛି, ଟିକା ନେଇଥିବା ଉକ୍ତ ୫୫ଜଣ ସଂକ୍ରମିତ ବ୍ୟକ୍ତି ଲକ୍ଷଣବିହୀନ କିଂବା ସାମାନ୍ୟ ଲକ୍ଷଣଯୁକ୍ତ। କୋଭିଡ୍‌ ପରୀକ୍ଷା କରାଇବା ପୂର୍ବରୁ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ୨୪ ଘଣ୍ଟା କ୍ବାରେଣ୍ଟିନ୍‌ରେ ରଖାଯାଇଛି।

ସପ୍ତାହକରୁ କମ୍‌ ଦିନ ମଧ୍ୟରେ ଏହା ହେଉଛି ‘ରୟାଲ୍‌ କ୍ୟାରିବିୟାନ୍‌ କ୍ରୁଜ୍‌ ଜାହାଜ’ରେ ଦ୍ବିତୀୟ ସଂକ୍ରମଣ ବିସ୍ତାର। କ୍ୟାରିବିୟାନ୍‌ର ସାତଦିନିଆ ଭ୍ରମଣ ଶେଷ କରି ୪୮ଜଣ କୋଭିଡ୍‌-୧୯ ରୋଗୀଙ୍କ ସହ ‘ସିମ୍ଫୋନି ଅଫ୍‌ ସିଜ୍’ ନାମକ ଜାହାଜ ଗତ ଶନିବାର ଦିନ ମିଆମି ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିଥିଲା।