ଆରଏସଏସ ମାନହାନୀ ମକଦ୍ଦମା। କୋର୍ଟରେ ହାଜର ହେବେ ନାହିଁ ରାହୁଲ ଗାନ୍ଧୀା

215

କନକ ବ୍ୟୁରୋ : ଆରଏସଏସ ଦ୍ୱାରା ହୋଇଥିବା ମାନହାନୀ ମକଦ୍ଦମାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ଥି ମିଳିଛି । ଠାଣେର ଏକ କୋର୍ଟରେ ହୋଇଥିବା ମାମଲାରେ ଶନିବାର କୋର୍ଟରେ ହାଜର ହେବା ଉପରେ କୋର୍ଟ ରାହୁଲଙ୍କୁ ଆଶ୍ୱସ୍ଥି ଦେଇଛନ୍ତି । ଏହି ମାମଲାର ଶୁଣାଣି ଅଗଷ୍ଟ ୬ ଯାଏ ସ୍ଥଗିତ ରହିଛି । ସେପଟେ ମାମଲାରେ ଆରଏସଏସ କାର୍ଯ୍ୟକର୍ତ୍ତା ରାଜେଶ କୁନ୍ତ ରାହୁଲଙ୍କର କୋର୍ଟରେ ଆବେଦନ ନହେବା ନେଇ ଦାଖଲ ହୋଇଥିବା ପିଟିସନକୁ ବିରୋଧ କରିଥିଲେ । ଏହି ପିଟିସନରେ ରାହୁଲ ସ୍ଥାୟୀ ଭାବେ ହାଜର ନହେବା ନେଇ ଆବେଦନ କରିଥିଲେ ।

ରାହୁଲ ଗାନ୍ଧୀଙ୍କର ଓକିଲ ନାରାୟଣ ଆୟାର କହିଛନ୍ତି, ଭିବଣ୍ଡି କୋର୍ଟରେ ପେସ ନହେବା ନେଇ ଆଶ୍ୱସ୍ଥି ଦେଇଛନ୍ତି । ଆବେଦନରେ ରାହୁଲ କହିଥିଲେ, ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କର ଡାକ୍ତରଖାନାରେ ଚିକିତ୍ସା ଜାରିରହିଛି । ଏଥିପାଇଁ ଶନିବାର ସେ କୋର୍ଟରେ ଉପସ୍ଥିତ ହୋଇପାରିବେ ନାହିଁ ।

ସେପଟେ ରାଜେଶ କୁନ୍ତଙ୍କ ଓକିଲ ପ୍ରବୋଧ ଜୟବନ୍ତ ରାହୁଲଙ୍କ ଆବେଦନର ବିରୋଧ କରିଥିଲେ । ଏଥିରେ ସେ ମାମଲାରେ ସ୍ଥାୟୀ ଭାବେ କୋର୍ଟରେ ହାଜର ନହେବା ପାଇଁ ଆବେଦନ କରିଥିଲେ । କୁନ୍ତଙ୍କ ଓକିଲଙ୍କ କହିବାଅନୁସାରେ ରାହୁଲ ଏଥିପାଇଁ ଠୋସ ପ୍ରମାଣ ଦେଇନଥିଲେ । ତେଣୁ ତାଙ୍କୁ କୋର୍ଟରେ ହାଜର ହେବା ଉପରେ ଆଶ୍ୱସ୍ଥ ମିଳିବାର ନଥିଲା । ଏହା ପୂର୍ବରୁ ରାହୁଲ ଗାନ୍ଧୀ ଅଦାଲତରେ ଦେଇଥିବା ଆବେଦନରେ କହିଛନ୍ତି ସାଂସଦ ହେବା କାରଣରୁ ନିଜ ନିର୍ବାଚନ କ୍ଷେତ୍ରରେ ଅନେକ ସମୟ ଦେବାକୁ ପଡୁଛି । ଏଥିପାଇଁ ଅନେକ ସମୟ ତାଙ୍କୁ ଯାତ୍ରା କରିବାକୁ ପଡୁଛି ତେଣୁ ସେ ଅଦାଲତରେ ବ୍ୟକ୍ତିଗତ ଭାବେ ହାଜର ହୋଇପାରିବେ ନାହିଁ । ତେଣୁ କୋର୍ଟରେ ହାଜର ହେବା ନେଇ ତାଙ୍କୁ କୋର୍ଟ ଆଶ୍ୱସ୍ଥ କରନ୍ତୁ ।