ଦିଲ୍ଲୀ ଏମସିଡି ନିର୍ବାଚନରେ ପରେ ସରିନି ଆପ-ବିଜେପି ଟକ୍କର । ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି ଦୁଇ ଦଳର ନେତା

123

କନକ ବ୍ୟୁରୋ : ଦିଲ୍ଲୀ ଏମସିଡି ନିର୍ବାଚନ ସରିଛି କିନ୍ତୁ ବିଜେପି ଓ ଆପ ମଧ୍ୟରେ କଳି ତୁଟିନି । ଉଭୟ ଦଳ ପରସ୍ପର ଉପରେ ଏବେ ଘୋଡା ବେପାର ଅଭିଯୋଗ ଆଣିଛନ୍ତି । ସେପଟେ ନିର୍ବାଚନ ଜିତିବା ପରେ ପ୍ରଥମ ଥର ପାଇଁ ନବନିର୍ବାଚିତ କାଉନସିଲରଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କାଉନସିଲରଙ୍କୁ ସମ୍ବୋଧିତ କରି କେଜ୍ରିୱାଲ ଗୋଟେ ବଡ କଥା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏପର୍ଯ୍ୟନ୍ତ ସେ ଓ ତାଙ୍କ ଦଳ ଯେତେ ନିର୍ବାଚନ ଲଢିଛି ସେଥିମଧ୍ୟରୀ ଦିଲ୍ଲୀ ଏମସିଡି ନିର୍ବାଚନ ସବୁଠୁ ଅଧିକ କଷ୍ଟକର ଥଲା । କଡ଼ା ଚ୍ୟାଲେଂଜ ଭିତରେ ଦଳ କଡ଼ା ମୁକାବିଲା କରି ସଫଳ ହୋଇଛି ।

ବିଜେପି ଯେଉଁଭଳି ଭାବରେ ଆପ ବିରୋଧରେ ଷଡଯନ୍ତ୍ର କରିଥିଲା ଓ ସରକାର ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରିଥିଲା ତାହା ନିର୍ବାଚନ ପାଇଁ ବେଶ କଠିନ ଥିଲା । ଆପକୁ ହରାଇବା ପାଇଁ ବିଜେପିର ୭ଜଣ ମୁଖ୍ୟମନ୍ତ୍ରୀ ଓ ୧୭ଜଣ କେନ୍ଦ୍ରମନ୍ତ୍ରୀ ମିଶି ଷଡଯନ୍ତ୍ର କରିଥିଲା । ତେବେ ଜନତାଙ୍କ ପାଇଁ କାମ କରୁଥିବା ଦଳର ଶେଷରେ ଜିତ ହୋଇଛି । ୧୫ବର୍ଷ ପରେ ବିଜେପି ହାତରୁ କ୍ଷମତା ଛଡାଇ ନେଇଛି ଆପ । ଦଳ ସବୁବେଳେ ସଚ୍ଚୋଟତାର ସହ କାମ କରିଛି ।ତେଣୁ ଏମସିଡି ନିର୍ବାଚନରେ ଆପର ଜିତ ହୋଇଥିବା କେଜ୍ରିୱାଲ କହିଛନ୍ତି ।