୨୪ ନିର୍ବାଚନରେ ବାଟବାଟୀରେ ହେବ ରୋଚକ ଲଢେଇ । ବିଜେଡିର ପ୍ରକାଶ ବେହେରା ଓ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦୋସଙ୍କ ଜୋରଦାର ପ୍ରଚାର

142

କନକ ବ୍ୟୁରୋ : ୨୪ ସିଂହାସନ ଲଢେଇରେ ବାରବାଟୀ-କଟକ ଆସନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଥିଲା । ପୂର୍ବତନ ବିଧାୟକ ଦେବାଶିଷ ସମନ୍ତରାୟଙ୍କୁ ରାଜ୍ୟସଭା ପଠାଇଥିବା ବିଜେଡି, କାହାକୁ ପ୍ରାର୍ଥୀ କଲେ କଂଗ୍ରେସ ହାତରୁ ବାରବାଟିକୁ ଛଡେଇ ଆଣି ହେବ, ତାକୁ ନେଇ ବହୁ ଅଙ୍କ କଷିବା ପରେ ବିଜେପିରୁ ଆସିଥିବା ନେତା ପ୍ରକାଶ ବେହେରାଙ୍କୁ ପ୍ରାର୍ଥୀ କରିଛି । ପ୍ରକାଶ ଏବେ ବିଭିନ୍ନ ୱାର୍ଡ ବୁଲି ପ୍ରଚାର କରୁଛନ୍ତି । ଲୋକଙ୍କୁ ନବୀନ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ସଂପର୍କରେ କହି ଏଥର ଯୋଡି ଶଙ୍ଖର ଭୋଟ ଦେବାକୁ ନିବେଦନ କରୁଛନ୍ତି ।

ସେପଟେ ଋଣ ଦୁର୍ନୀତିରେ ଛନ୍ଦି ହୋଇପଡିଥିବା ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋସଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ସୋଫିଆଙ୍କ ନାମ ଘୋଷଣା ହେବା ପରେ ଉତ୍ସାହିତ ଅଛନ୍ତି ବାରବାଟି କଂଗ୍ରେସ କର୍ମୀ । ବାପା ମୋକିମ୍, ଝିଅକୁ ସାଥିରେ ଧରି ସାହି ସାହିରେ ଘର ଘର ବୁଲୁଛନ୍ତି । ଚା’ ଖଟିରେ ବାପା-ଝିଅ ଚା ପିଇବା ସହ ପ୍ରଚାର କରୁଛନ୍ତି । ସୋଫିଆ ଫିର୍ଦୋସ ମହିଳାଙ୍କ ସହ ସେଲଫି ନେଇ ହାତ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ।

ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜ ସପକ୍ଷରେ ଭୋଟ ଯୋଗାଡ ପାଇଁ ପ୍ରଚାର ଯୋରଦାର କରିଥିବା ବେଳେ ବିଜେପି ପ୍ରାର୍ଥୀ ଘୋଷଣା କରିବାରେ ବହୁ ଡେରି କରି ଦେଇଛି ।