ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନାରେ ମୋଦୀ ବାଂଟିଲେ ନିଯୁକ୍ତି ପତ୍ର । ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ, ଯୁବତୀଙ୍କୁ ମିଳିଲା ନିଯୁକ୍ତି

171

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଅନ୍ତର୍ଗତ ନବମ ପର୍ଯ୍ୟାୟରେ ୫୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୪୬ଟି ସ୍ଥାନରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡିଓ କନଫରେନସିଂରେ ସାମିଲ ହୋଇ ନିଯୁକ୍ତି ପତ୍ର ବାଂଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ଦେବା ପାଇଁ ରୋଜଗାର ମେଳା କରାଯାଉଛି ।

ଭାରତ ସରକାର ଓ ସହଯୋଗୀ ରାଜ୍ୟ ସରକାରଙ୍କ ଦ୍ୱାରା ମିଳିତ ଭାବେ ରୋଜଗାରର ଲକ୍ଷାଧିକ ନୂଆ ନିଯୁକ୍ତି ସୃଷ୍ଟି କରାଯାଉଛି । ୨୨ ଅକ୍ଟୋବର, ୨୦୨୨ରେ ରୋଜଗାର ମେଳା ଯୋଜନାର ଶୁଭାରମ୍ଭ ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ୨୦୨୩ ଶେଷ ସୁଦ୍ଧା ଦେଶରେ ୧୦ ଲକ୍ଷ ସରକାରୀ ଚାକିରି ଦିଆଯିବ । ଗତ ୧୦ ମାସ ଭିତରେ ୮ଟି ରୋଜଗାର ମେଳାରେ ୫ ଲକ୍ଷ ଯୁବକ, ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟା ସରିଛି ।

ଶେଷଥର ଅଗଷ୍ଟ ୨୮ ତାରିଖରେ ୫୧ହଜାରରୁ ଅଧିକ ଯୁବପିଢୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ରୋଜଗାର ମେଳା ଯୋଜନା ଅନ୍ତର୍ଗତ ଯୁବପିଢୀଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଏହି ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।