ବିପଦ ସଙ୍କେତ ଟପିଲା ଦୟା ନଦୀର ଜଳସ୍ତର : ପିପିଲି-ଜଟଣୀ ମୁଖ୍ୟ ରାସ୍ତା ବିଚ୍ଛିନ୍ନ

96

କନକ ବ୍ୟୁରୋ : ବିପଦ ସଙ୍କେତ ଟପିଲା ଦୟା ନଦୀର ଜଳସ୍ତର । ପିପିଲି-ଜଟଣୀ ମୁଖ୍ୟ ରାସ୍ତା ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ୩ଫୁଟର ପାଣି ଚାଲୁଥିବାର ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କଣାସରେ ପଶିଛି ଦୟା ନଦୀର ବନ୍ୟାପାଣି । କଣାସ ଅଞ୍ଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡିଥିବା ବେଳେ ଗାଁ ଦାଣ୍ଡରେ ଅଣ୍ଟାଏ ଅଣ୍ଟାଏ ପାଣି ରହିଛି । ରାତିରେ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ବହୁ ଅସୁବିଧାରେ ଅଛନ୍ତି ।

କିଛି ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଧରି ଘର ଛାଡିଛନ୍ତି । କେତକ ସ୍ଥାନରେ ରାସ୍ତାରେ ଘାଇ ହୋଇଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ବାଲିବସ୍ତା, ନଡିଆ ଓ ତାଳଗଛ ପକାଇ ଗଳିଆ ବନ୍ଦ କରିବାକୁ ପୟାସ କରାଯାଇଛି । କଣାସର ୬ଟି ଗାଁରେ ପାଣି ପଶିଛି । କଣାସ-ଜଙ୍କିଆ ମଧ୍ୟରେ ଯୋଗାଯୋଗ ସମ୍ପର୍ଣ୍ଣ ବିଚ୍ଛିନ୍ନ ହୋଇଛି । ପାଣି ଘରରେ ୬ଟି ପଞ୍ଚାୟତର ହଜାର ହଜାର ଏକର ଚାଷ ଜମି ବୁଡି ରହିଛି ।